Yamahaର ଏହି ଦୁଇ ସ୍କୁଟରରେ ମିଳୁଛି ଦମଦାର ଅଫର୍ସ, କେଉଁ ଗ୍ରାହକଙ୍କୁ ମିଳିବ ଫାଇଦା ଜାଣନ୍ତୁ

ୟାମାହା ମୋଟର ଇଣ୍ଡିଆ ଗୃପ ଅଫ୍‌ କମ୍ପାନୀଜ ନିଜ ସ୍କୁଟର୍ସର ହାଇବ୍ରିଡ୍‌ ମଡେଲ ଉପରେ ଖାସ୍‌ କ୍ୟାସବ୍ୟାକ୍‌ ଅଫର ଦେବାକୁ ଘୋଷଣା କରିଛି। ଏଥିରେ ୟାମାହା Fascino 125 FI ହାଇବ୍ରିଡ ଏବଂ ୟାମାହା RAY ZR 125 FI ହାଇବ୍ରିଡ ସାମିଲ ରହିଛି। ଏହି ଅଫର ଏହି ମାସ ଶେଷ ତାରିଖ ପର୍ଯ୍ୟନ୍ତ ରହିଛି। ଆସାମ, ନର୍ଥ ଇଷ୍ଟ ରିଜନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ତାମିଲନାଡୁର ଗ୍ରାହକଙ୍କୁ ଏହି ଅଫର ମିଳିବ। ଏହି ଅଫର୍ସରେ ୟାମାହା ଫେସିନୋ ହାଇବ୍ରିଡ ଉପରେ ୨,୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌ ରହୁଛି।

ଦୁଇ ସ୍କୁଟର୍ସ ଉପରେ ୫୦୦୦ ଟଙ୍କାର କ୍ୟାସବ୍ୟାକ୍‌

ମହାରାଷ୍ଟ୍ରରେ ୟାମାହା Fascino 125 FI ହାଇବ୍ରିଡ ଏବଂ RAY ZR 125 FI ହାଇବ୍ରିଡ ଉପରେ ୨,୫୦୦ ଟଙ୍କାର କ୍ୟାସବ୍ୟାକ୍‌ ମିଳିବ। ସେହିପରି ତାମିଲନାଡୁର ଗ୍ରାହକଙ୍କୁ ଏହି ଦୁଇ ସ୍କୁଟର୍ସ ଉପରେ ୫୦୦୦ ଟଙ୍କାର କ୍ୟାସବ୍ୟାକ ଦିଆଯାଉଛି। ୟାମାହା ଇଣ୍ଡିଆ ଏହି ଦୁଇ ସ୍କୁଟର୍ସ ସହିତ ଏକାଭଳି ୧୨୫ସିସି ଏୟାର କୁଲଡ ଫୁଏଲ ଇନଜେକଟେଡ ଇଞ୍ଜିନ ଦିଆଯାଇଛି। ଯାହା ୬୫୦୦ ଆରପିଏମ ଉପରେ ୮ ବିିଏଚପି ପାଓ୍ଵାର ଏବଂ ୫୦୦୦ ଆରପିଏମ ଉପରେ ୧୦.୩ ଏନଏମ୍‌ ପିକ୍‌ ଟର୍କ ଜେନେରେଟ୍‌ କରିଥାଏ। ଏହି ହାଇବ୍ରିଡ୍‌ ସ୍କୁଟର୍ସକୁ ସ୍ମାର୍ଟ ମୋଟର ଜେନେରେଟ୍‌ ସିଷ୍ଟମ ସହିତ ହାଇବ୍ରିଡ ପାଓ୍ଵାର ଆସିଷ୍ଟ ଟେକନିକ୍‌ ଦିଆଯାଇଛି।

ଏହି ଟେକ୍ନୋଲୋଜି ଦ୍ୱାରା ସ୍କୁଟରରେ ଲଗାଯାଇଥିବା ବ୍ୟାଟେରୀ ଚାର୍ଜ ହୋଇଥାଏ ଏବଂ ଏହାଦ୍ୱାରା ସ୍କୁଟର ଆଉଟିକେ ଅଧିକ ପାଓ୍ଵାରଫୁଲ୍‌ ହୋଇଯାଏ। ଏହାବ୍ୟତୀତ ଦୁଇ ସ୍କୁଟର୍ସରେ ସାଇଲେଣ୍ଟ ଷ୍ଟାର୍ଟ ସିଷ୍ଟମ ଏବଂ ଆଟୋମେଟିକ ଷ୍ଟାର୍ଟ-ଅପ୍‌ ସିଷ୍ଟମ ମଧ୍ୟ ଦିଆଯାଇଛି। କମ୍ପାନୀ ଏହି ଦୁଇ ଫିଚର୍ସ ସହିତ ସାଇଡଜ ଷ୍ଟାଣ୍ଡ ଇଣ୍ଡିକେଟର ମଧ୍ୟ ଦେଇଛି। କମ୍ପାନୀ ଫେସିନୋ ହାଇବ୍ରିଡ ଏବଂ RAY ZR 125 FI ହାଇବ୍ରିଡ୍‌ ଉପରେ ହିଁ ଏହି ଅଫର୍ସ ଦିଆଯାଉଛି ଏବଂ ରାଜ୍ୟ ହିସାବରେ ଏହି ଅଫର୍ସରେ ପରିବର୍ତ୍ତନ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.