Below header

ଦ ସି ଆଣ୍ଡ ସେଭେନ ଭିଲେଜେସ ସିନେମାକୁ ଆଉ ଏକ ସଫଳତା, ବିଶ୍ୱର ଦୀର୍ଘତମ ଭ୍ରାମ୍ୟମାଣ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ

ସ୍ୱନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ.." କୁ ମିଳିଛି ଆଉ ଏକ ସଫଳତା ।ବିଶ୍ୱର ଦୀର୍ଘତମ ଭ୍ରାମ୍ୟମାଣ ଚଳଚିତ୍ର ମହୋତ୍ସବ *ଜାଗରଣ ଫିଲ୍ମ ଫେଷ୍ଟିବାଲରେ ପ୍ରଦର୍ଶିତ ହେବାପାଇଁ ଶ୍ରୀ ଖଟୁଆଙ୍କ ଏହି ସିନେମାଟି ମନୋନୀତ ହେଇଛି ।

ସ୍ୱନାମଧନ୍ୟ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ର “ଦ ସି ଆଣ୍ଡ ସେଭନ ଭିଲେଜେସ..” କୁ ମିଳିଛି ଆଉ ଏକ ସଫଳତା । ବିଶ୍ୱର ଦୀର୍ଘତମ ଭ୍ରାମ୍ୟମାଣ ଚଳଚିତ୍ର ମହୋତ୍ସବ *ଜାଗରଣ ଫିଲ୍ମ ଫେଷ୍ଟିବାଲରେ ପ୍ରଦର୍ଶିତ ହେବାପାଇଁ ଶ୍ରୀ ଖଟୁଆଙ୍କ ଏହି ସିନେମାଟି ମନୋନୀତ ହେଇଛି ।

ଏହି ଚଳଚିତ୍ର ମହୋତ୍ସବକୁ ସାରା ବିଶ୍ୱର ୭୨ ଦେଶରୁ ୭୦୦୦ ଟି ସିନେମା ଆସିଥିଲା  ।  ଯେଉଁଥିରୁ ଅଳ୍ପ କେତୋଟି ବଛା ବଛା ହାତ ଗଣତି ଶ୍ରେଷ୍ଠ ସିନେମାକୁ ଏହି ମହୋତ୍ସବରେ ପ୍ରଦର୍ଶନ କରିବା ପାଇଁ ଜାତୀୟସ୍ତରର ସ୍ୱନାମଧନ୍ୟ ଜୁରୀମାନେ ବିବେଚନା କରିଛନ୍ତି  । ସେଥି ମଧ୍ୟରୁ ଓଡିଶାରୁ “ଦ ସି ଆଣ୍ଡ ସେଭନ ଭିଲେଜେସ..” ଅନ୍ୟତମ ଅଟେ ।

ସାରା ବିଶ୍ୱରେ ଭଲ ସିନେମାକୁ ପ୍ରୋତ୍ସାହନ ଦେବା ତଥା ସିନେମାର କଳାତ୍ମକ ଦୃଷ୍ଟିକୋଣକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ଜାଗରଣ ପ୍ରକାଶନ ଗ୍ରୁପ ଦ୍ୱାରା ପରିଚାଳିତ “ଜାଗରଣ ଭ୍ରାମ୍ୟମାଣ ଫିଲ୍ମ ମହୋତ୍ସବ” ସାରା ଭାରତ ବର୍ଷରେ ଏଗାରଟି ରାଜ୍ୟରେ ଦୀର୍ଘ ଶହେ ଦିନ ଧରି ବିଭିନ୍ନ ମେଟ୍ରୋ ସିଟି ମାନଙ୍କରେ ଏହି ଚଳଚିତ୍ର ମହୋତ୍ସବକୁ ଆୟୋଜନ କରିବ ।

film sea..

ଜଳବାୟୁ ପରିବର୍ତ୍ତନ ଓ ବିସ୍ଥାପନକୁ ନେଇ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ତଥା କିଟ ଏବଂ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିବେଦିତ ତଥା କାଦମ୍ବିନୀ ମିଡିଆ ପ୍ରସ୍ତୁତ ସିନେମା “ଦ ସି ଆଣ୍ଡ ସେଭନ ଭିଲେଜେସ..” ଏହି ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ଯାହାର ପ୍ରଯୋଜନା କରିଛନ୍ତି ଡକ୍ଟର ଇତି ସାମନ୍ତ । ପୂର୍ବରୁ ଏହି ସିନେମାଟି ଅନ୍ତର୍ଜାତୀୟ କେରଳ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.