Below header

ଏମିତି ପାଗଳ, ନିଜ ଗର୍ଭବତୀ ପତ୍ନୀ ଓ ମା ସହ ପିଲାଙ୍କୁ ବି ମାରିଦେଲା

ଝାଡଖଣ୍ଡର କୋଡରମା ଜିଲ୍ଲାର ମସମୋହନା ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣ ସଦସ୍ୟଗଙ୍କର ଗଳା କାଟି ହତ୍ୟା କରିଛନ୍ତି। ଏହି ନିର୍ମମ ହତ୍ୟାକାଣ୍ଡରେ ଜଣେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସେହିଭଳି ଏହି ହତ୍ୟାକାଣ୍ଡରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ରାଞ୍ଚିର ରିମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ରିପୋର୍ଟ ଅନୁଯାୟୀ ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ମାନସିକ ବିକୃତ ଥିବା ଜଣାପଡ଼ିଛି। ଖବର ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ ତଦନ୍ତ ପ୍ରକ୍ରିୟାରୁ ଜଣାପଡ଼ିଛି ରାତିରେ ପାଖାପାଖି ୨.୩୦ ମିନିଟ୍‌ ରେ ମାନସିକ ବିକୃତ ଥିବା ଏହି ଯୁବକ ଜଣକ ନିଜ ପରିବାର ଲୋକଙ୍କୁ ହିଁ ଜଣେ ଜଣେ କରି ହତ୍ୟା କରିଥିଲେ। ଅଭିଯୁକ୍ତ ନିଜ ଗର୍ଭବତୀ ପତ୍ନୀଙ୍କ ସମେତ ପାଞ୍ଚ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

knief-ରିପୋର୍ଟ ଅନୁଯାୟୀ ୩୦ ବର୍ଷୀୟ ଗଙ୍ଗା ଦାସ ବିଳମ୍ବିତ ରାତ୍ରୀରେ ଧାରୁଆ ଅସ୍ତ୍ରରେ ପ୍ରଥମେ ନିଜର ପୁଅ ଭୋଳା (୩), ଝିଅ ସାଓିକା (୪)ର ବେକ କାଟି ହତ୍ୟା କରିଥିଲେ। ଏହାପରେ ସେ ନିଜ ମା’ଙ୍କ ଶୋଇବା ଘରକୁ ଯାଇ ମା ଶାନ୍ତି ଦେବୀ (୫୦) ଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା। ଶେଷରେ ନିଜର ଗର୍ଭବତୀ ପତ୍ନୀ ଉପରେ ଆକ୍ରମଣ କରି ମୃତ୍ୟୁର ଶେଯରେ ପୂରା ପରିବାରକୁ ଶୁଆଇ ଦେଇଥିଲା। ଏହାପରେ ମାନସିକ ବିକୃତ ଥିବା ଯୁବକ ଜଣକ ନିଜର ଦୁଇ ଭାଣେଜୀ ଗୀତିକା (୭) ଏବଂ ନୀତିକା (୮)ଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିବା ବେଳେ ଘଟଣା ସ୍ଥଳରେ ନୀତିକାର ମୃତ୍ୟୁ ହୋଇଯାଇଥିଲା।ଲା। ଗୀତିକାର ଅବସ୍ଥା ଗୁରୁତର ଥିବାରୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ଏହାସହ ପଢନ୍ତୁ: ସାରା ଦେଶକୁ କନ୍ଦାଉଛି ପିଆଜ କିନ୍ତୁ ଏହି ଗାଁ ଲୋକ ଅଚିନ୍ତାରେ, କାରଣ ରହିଛି ଏଭଳି ପରମ୍ପରା

knief1ସୂଚନା ଅନୁଯାୟୀ ଅଭିଯୁକ୍ତ ଯୁବକ ଜଣକ ଏହି ଉନ୍ମତ୍ତ କାଣ୍ଡ ଘଟାଇବା ପରେ ନିଜକୁ ଏକ ରୁମ୍‌ରେ ବନ୍ଦ କରି ଦେଇଥିଲେ। ଶେଷରେ ଅନେକ ପ୍ରଚେଷ୍ଟା ପରେ ସକାଳ ୭.୩୦ ମିନିଟ୍‌ ରେ କୋଡରମାର ଏସଡିପିଓ, ଥାନା ଅଧିକାରୀ ଏବଂ ଗ୍ରାମବାସୀ ମିଶି ଘରୁ ବାହାର କରିଥିଲେ। ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.