Below header

ଖାଇବାରେ ଚୁଟି ବାହାରିଲା ବୋଲି ସ୍ତ୍ରୀକୁ ମାରପିଟ୍‌ କରି ଲଣ୍ଡା କରିଦେଲା ସ୍ୱାମୀ, ଏବେ ଗିରଫ

ଖାଦ୍ୟରେ ଚୁଟି ମିଳିବା ପରେ ପତ୍ନୀଙ୍କୁ ମାରିବା, ପିଟିବା ପରେ ଲଣ୍ଡା କରିଦେଲେ ସ୍ୱାମୀ । ଏମିତି ଘଟଣା ଉତ୍ତରପ୍ରଦେଶର ପିଲିଭିତରେ ଦେଖିବାକୁ ମିଳିଛି। ଆଉ ଏହି ଘଟଣାରେ ଯୁବକଙ୍କୁ ସହଯୋଗ କରିଥିଲେ ପରିବାର ଲୋକେ। ତାଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ଦାଏର କରାଯାଇଛି ।

ଖବର ମୁତାବକ, ଉତ୍ତରପ୍ରଦେଶର ପିଲିଭିତ ଥାନା ଗଜରୋଲା ଗାଁରେ ରହୁଥିବା ଜଣେ ୩୦ ବର୍ଷୀୟ ମହିଳାଙ୍କ ସହିତ ଏପରି ବର୍ବର କାଣ୍ଡ ଘଟିଛି। ସ୍ୱାମୀ ଖାଦ୍ୟ ଖାଉଥିବା ବେଳେ ଖାଦ୍ୟରୁ ଚୁଟି ବାହାରିବାରୁ ପତ୍ନୀଙ୍କୁ ଗାଳି ଦେବା ପରେ ପ୍ରଥମେ ହାତଗୋଡ ବାନ୍ଧି ମାରିବା ପରେ କପଡା ମୁହଁରେ ପୁରାଇ ଦେବା ସହିତ ଜବରଦସ୍ତ ସଂପର୍କ ରଖିବାକୁ ଚେଷ୍ଟା କରିବାକୁ ଚେଷ୍ଟା କରିଥିଲେ । ଆଉ ମହିଳା ଜଣକ ଏହାକୁ ବିରୋଧ କରିବା ଯୋଗୁଁ ପତ୍ନୀଙ୍କୁ ଲଣ୍ଡା କରିଦେଇଥିଲେ ।

ମହିଳା ଜଣକ ଆହୁରି କହିଥିଲେ, ଏହି ଅମାନବୀୟ କାଣ୍ଡରେ ବ୍ୟକ୍ତିଙ୍କ ସହିତ ତାଙ୍କ ଦିଅର ଏବଂ ଶାଶୁ ସହଯୋଗ କରିଥିଲେ । ସମସ୍ତେ ଏମିତି କାଣ୍ଡ ହେଉଥିବାର ଦେଖୁଥିଲେ କିନ୍ତୁ ବାରଣ କରୁନଥିଲେ। ତେବେ ମହିଳା ଜଣକ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଏହାଛଡା ଏମିତି କାଣ୍ଡ ଘଟାଇଥିବା ବ୍ୟକ୍ତି ଜଣକ ଯୌତୁକ ଦାବି କରୁଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ଏହାକୁ ନେଇ ଥାନାରେ ମାମଲା ଦାଏର ହେବା ପରେ ପୋଲିସ ବ୍ୟକ୍ତିଙ୍କୁ ଗିରଫ କରିଛି। ଦିଅର ଏବଂ ଶାଶୁଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.