Below header

ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀର ସାଂଘାତିକ ଷଡଯନ୍ତ୍ର, ବିଷାକ୍ତ ସାପକୁ ଦୁଇଥର କାମୁଡ଼ାଇବା ପରେ ବି ବଞ୍ଚିଗଲା ଜୀବନ

କେନ୍ୟୁଜ୍‌(ବ୍ୟୁରୋ): ସାପଙ୍କ ଭିତରେ ଏକ ମାରାତ୍ମକ ପ୍ରଜାତି ଅଛନ୍ତି ଯାହାଙ୍କୁ ରସେଲ ଭାଇପର କୁହାଯାଏ। ଭାରତରେ ଏହା ସବୁଠାରୁ ବିଶାକ୍ତ ସାପ ବୋଲି ଧରାଯାଇଛି । କୁହାଯାଏ କି ଏହି ସାପ କାମୁଡ଼ିଲେ ପାଣି ପିଇବାକୁ ସମୟ ମିଳିବ ନାହିଁ , ତୁରନ୍ତ ଚିକିତ୍ସା ନକରାଗଲେ ରୋଗୀର ଜୀବନ ବି ଯାଇପାରେ। ଯେଉଁ ଜାଗାକୁ ଏହି ସାପ କାମୁଡେ ଶରୀରର ସେହି ଜାଗା ଆପେ ଆପେ ସଢି ଯାଏ। ଶୀରାରେ ରକ୍ତ ଜମାଟ ବାନ୍ଧି ଦିଏ । ଠିକ ସମୟରେ ଚିକିତ୍ସା ନକଲେ କିଛି କ୍ଷଣ ମଧ୍ୟରେ ରୋଗୀର ମୃତ୍ୟୁ ହୋଇଯାଇଥାଏ।

ସାପ ନା ଅସ୍ତ୍ର?
ଏବେ ଭାବୁଥିବେ ସାପ ଷ୍ଟୋରୀରେ ଆମେ ଅପରାଧକୁ କାହିଁକି ଆଣିଲୁ? ଆମେ କହିରଖୁଛୁ କି ଏହି ଅପରାଧର କାହାଣୀ ଏହି ସାପ ସହ ଜଡ଼ିତ ଅଛି। ଏମିତି ବି କହିପାରିବା ଏହି କାହାଣୀ ରସେଲ ବାଇପରର ବିଷରେ ବୁଡିକି ଅଛି। ସାପକୁ ନେଇ ଏମିତି ଏକ ଚକ୍ରାନ୍ତ କରାଯାଇଛି ଯାହା କେବେ କଳ୍ପନା ବାହାରେ । ଏହି ସାପର ବିଷକୁ କିଛି ଦୁର୍ବୃତ୍ତ ହତ୍ୟା ପାଇଁ ଅସ୍ତ୍ର ରୂପରେ ବ୍ୟବହାର କରିବା ପାଇଁ ଉଦ୍ୟମ କରିଛନ୍ତି। ଦୁର୍ବୃତ୍ତମାନେ ଯାହାକୁ ମାରିବା ପାଇଁ ଚେଷ୍ଟା କରୁଥିଲେ ତାକୁ ଦୁଇ ଦୁଇ ଥର ରସେଲ ବାଇପର ଦ୍ୱାରା କାମୁଡ଼ା ଯାଇଥିଲା। କିନ୍ତୁ ଭାଗ୍ୟର ଖେଳ କୁହନ୍ତୁ ଅବା ଚମତ୍କାରିତା, ଏତେ ସବୁ ପରେ ମଧ୍ୟ ସାପର ବିଷର ଶିକାର ହୋଇଥିବା ମହିଳା ବଞ୍ଚିଗଲେ ଓ ଶେଷରେ ଏହି ହତ୍ୟା ଷଡଯନ୍ତ୍ର ରଚିଥିବା ସ୍ୱାମୀ ଧରାପଡିଗଲେ।
ପୂରା କାହାଣୀ ଜାଣିନିଅନ୍ତୁ

ମଲ୍ୟାଖେଡି ଗାଁର ଘଟଣା

ଏହି ବାଷାକ୍ତ କାହାଣୀ ମଧ୍ୟପ୍ରଦେଶର ମନ୍ଦସେରର ଘଟିଛି । ଯେଉଁଠି ୟସୋଧର୍ମନ ନଗର ଥାନା ମାଲ୍ୟାଖେଡି ଗାଁରେ ରହୁଥିବା ମୈଜିମ ଆଜମେରିରେ କିଛି ବର୍ଷ ପୂର୍ବେ ହଲିମା ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଉଭୟଙ୍କ ୫ ବର୍ଷର ପୁଅଟିଏ ବି ଅଛି। ବାସ୍ତବରେ ମୈଜିମ ପାଖାପାଖି ୭ ବର୍ଷ ପୂର୍ବେ ଏକ ମାମଲାରେ ଜେଲ ପଳାଇଯାଇଥିଲା। ସେତେବେଳେ ତାଙ୍କ ପ୍ରଥମ ସ୍ତ୍ରୀ ସାନୁ ବି ଘର ଛାଡି ଚାଲି ଯାଇଥିଲା। କିନ୍ତୁ କିଛି ମାସ ପୂର୍ବେ ଅଚାନକ ତାଙ୍କର ସ୍ତ୍ରୀ ସାନୁ ପୁଣିଥିରେ ତାଙ୍କ ଜୀବନକୁ ଚାଲି ଆସିଥିଲେ।

ଦ୍ୱିତୀୟ ସ୍ତ୍ରୀକୁ ମାରିଦେବାକୁ ଉଦ୍ୟମ
ଏହାପରେ ମୈଜିମର ଦ୍ୱିତୀୟ ସ୍ତ୍ରୀ ହଲିମା ବୋଝ ଭଳି ଲାଗିଲା। ମୈଜିମ ଏବେ ତାକୁ ରାସ୍ତାରୁ ହଟାଇବା ପାଇଁ ଚାହିଁଲା। ଏମିତିରେ ମୈଜିମ୍‌ ନିଜ ଦ୍ୱିତୀୟ ସ୍ତ୍ରୀକୁ ରାସ୍ତାରୁ ସଫା କରିବା ପାଇଁ ଜଣେ ସାପଧରା ସାଙ୍ଗର ସାହାଯ୍ୟ ନେଲା, ଏବଂ ତାକୁ ଘରକୁ ଡାକିନେଲା। ମେ ୮ତାରିଖରେ ମୈଜିମର ସାପୁଆ ସାଙ୍ଗ ଏକ ରସେଲ ଭାଇପର ସାପକୁ ନେଇ ଘରେ ପହଞ୍ଚିଥିଲେ।

ସାପ ଦ୍ୱାରା କାମୁଡାଯାଇଥିଲା, ବିଷାକ୍ତ ଇଞ୍ଜେକ୍ସନ ଦିଆ ଯାଇଥିଲା

ଏହା ପରେ ସେହି ରାତି ସେ ହଲିମାକୁ ରସେଲ ଭାଇପର ସାପ ଦ୍ୱାରା କାମୁଡ଼ା ଯାଇଥିଲା। ସ୍ୱାମୀ ଆଶା କରିଥିଲା କି ଏହା ଦ୍ୱାରା ସକାଳକୁ ସ୍ତ୍ରୀ ହାଲିମାର ମୃତ୍ୟୁ ହୋଇ ସାରିଥିବ। କିନ୍ତୁ ଏମିତି କିଛି ହେଲା ନାହିଁ। ସକାଳୁ ଯେତେବେଳେ ହାଲିମା ଉଠିଥିଲେ ସେତେବେଳେ ମୈଜିମ୍‌ ଓ ତା ସାଙ୍ଗ ମିଶି ପୁଣି ଥରେ ହାଲିମାକୁ ଧରି ଦ୍ୱିତୀୟ ଥର ପାଇଁ ସାପକୁ କାମୁଡ଼ାଇଥିଲେ ଓ ଏହା ସହିତ ଏକ ବିଷାକ୍ତ ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ହଲିମା ଜୋରରେ ଚିଲ୍ଲାଇ ପଡୋଶୀଙ୍କୁ ଡକାଇଦେଇଥିଲେ ଓ ପରିବାର ଲୋକେ ସାହାଯ୍ୟ ପାଇଁ ପହଞ୍ଚି ଯାଇଥିଲେ। । ତୁରନ୍ତ ହଲିମାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଠିକ ସମୟରେ ଚିକିତ୍ସା ଦେବାରୁ ହଲିମା ସୁସ୍ଥ ହୋଇଯାଇଥିଲେ। ପୋଲିସ ଏହି ମାମଲରେ ମୈଜିମ ସମେତ ଅନେକ ଲୋକଙ୍କୁ ଗିରଫ କରିସାରିଛି। ଏହା ସହିତ ସାପକୁ ନେଇ ହତ୍ୟା ଉଦ୍ୟମ କରିଥିବା ସାପୁଆକୁ ଗିରଫ କରାଯାଇଛି।
ଏବେ ପ୍ରଶ୍ନ ଉଠୁଛି କି ଏତେ ବିଷାକ୍ତ ସାପ ଦୁଇଥର କାମୁଡ଼ିବା ପରେ ହଲିମାଙ୍କ ଜୀବନ କେମିତି ବଞ୍ଚିଗଲା? ଏହା ସତଯେ ସାପ କାମୁଡିଥିଲା  କିନ୍ତୁ ହଲିମା ଦେହରେ ବିଷକ୍ରିୟା ହୋଇନଥିଲା। ଯାହା ଦ୍ୱାରା କାମୁଡ଼ିବା ପରେ ଶରୀରରେ ବିଷ ପହଞ୍ଚି ନଥିଲା। ଅନ୍ୟପଟେ ଚିକତ୍ସା ମିଳିବା ପରେ ଜୀବନ ବଞ୍ଚିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.