Below header

ବିବାହ ବନ୍ଧନରେ ଆବଦ୍ଧ ଦେଲେ ଗୋପି ବୋହୂ ଦେବୋଲିନା, ସ୍ୱାମୀଙ୍କ ସହିତ ସେୟାର କଲେ ଫଟୋ

ବିବାହ ବନ୍ଧନରେ ଆବଦ୍ଧ ଦେଲେ ଗୋପି ବୋହୂ ଓରଫ  ଲୋକପ୍ରିୟ ଟିଭି ଅଭିନେତ୍ରୀ  ଦେବୋଲିନା ଭଟ୍ଟାଚାର୍ଯ୍ୟ ।  ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବେ ନିଜ ବାହାଘରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପୂର୍ବରୁ ହଳଦୀ ରସମର ଫଟୋ ଭାଇରଲ ହେବା ପରେ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା। ଏବେ ନିଜ ବିବାହରୁ ସମସ୍ତ ପରଦା ଉଠାଇଛନ୍ତି ଦେବୋଲିନା । ଦେବୋଲିନା ମନର ମଣିଷଙ୍କ ଫଟୋ ସେୟାର କରିଛନ୍ତି । ଆଉ ଲେଖିଛନ୍ତି, ଆପଣ ମୋ କଷ୍ଟ ଏବଂ ପ୍ରାର୍ଥନାର ଉତ୍ତର। ଆଇ ଲଭ ୟୁ ସୋନୁ….

ଦେବୋଲିନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଲାଲ ରଙ୍ଗର ଶାଢିରେ ବୋହୂ ବେଶରେ ନଜର ଆସିଛନ୍ତି। ଫଟୋରେ ଦେବୋଲିନାଙ୍କ ମନର ମଣିଷ ମଧ୍ୟ ନଜର ଆସିଛନ୍ତି । ଅଭିନେତ୍ରୀ ଜଣକ ନିଜ ସ୍ୱାମୀଙ୍କୁ ଫ୍ୟାନ୍ସଙ୍କ ସହିତ ପରିଚୟ ପ୍ରଦାନ କରି ଲେଖିଛନ୍ତି, ‘ହଁ, ଏବେ ମୁଁ ଗର୍ବର ସହିତ କହିପାରିବି । ଖୋଜିଥିଲେ ମଧ୍ୟ ଆପଣଙ୍କ ଭଳି ମୋତେ ମିଳିନଥାନ୍ତା। ଆଇ ଲଭ ୟୁ ସୋନୁ। ଦ ମିଷ୍ଟ୍ରିୟସ ମ୍ୟାନ୍‌ ଓରଫ ଦ ଫେମସ୍‌# ସୋନୁ ତୁମ ସମସ୍ତଙ୍କ ଜିଜା….।

 

View this post on Instagram

 

A post shared by Devoleena Bhattacharjee (@devoleena)


ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋରେ ଦେବୋଲିନା ନିଜ ସ୍ୱାମୀଙ୍କ ସହିତ ପାର୍କରେ ପୋଜ୍‌ ଦେଉଥିବା ନଜର ଆସିଛନ୍ତି। ଦେବୋଲିନାଙ୍କ ସ୍ୱାମୀଙ୍କ ନାମ ଶହନବାଜ ଶେଖ। ସେ ପେଶାରେ ଜଣେ ଜିମ୍‌ ଟ୍ରେନର।

ଏହା ପୂର୍ବରୁ ଅଭିନେତ୍ରୀଙ୍କ ହଳଦୀ ରସମର ଫଟୋ ଏବେ ଭାଇରଲ ହେବାରେ ହେଉଥିଲା । ଭାଇରଲ ହେଉଥିବା ଭିଡିଓରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଏବଂ ବିଶାଲ ସିଂ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଦେବୋଲିନା ଏବଂ ବିଶାଲ୍‌ ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମାନ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ଦୁହେଁ ହଳଦିଆ ରଙ୍ଗର କପଡା ପିନ୍ଧିଥିବାର ନଜର ଆସିଥିଲେ।  ଆଉ ଭିଡିଓ ବିଶାଲ ଦେବୋଲିନାଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ।

ସେହିପରି ଅଭିନେତ୍ରୀଙ୍କ ସାଙ୍ଗ ଏବଂ ଫ୍ୟାନ୍ସ ମଧ୍ୟ କିଛି ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ବିଶାଲ ଦେବୋଲିନାଙ୍କୁ ନିଜ ହାତରେ ହଳଦୀ ଲଗାଉଛନ୍ତି। ଏହା ସହିତ ଫ୍ୟାନ୍ସ ଦେବୋଲିନାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଏହି ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେଉଛନ୍ତି । ବିଶାଲ ସିଂ ଏବଂ ଦେବୋଲିନା ପ୍ରେମ ସଂପର୍କକୁ ନେଇ ଖବର ସାମ୍ନାକୁ ଆସିଥିଲା। ଦୁହେଁ ସୋସିଆଲ ମିଡିଆରେ ଏକାଠି ହୋଇ ଫଟୋ ସେୟାର କରିଥାନ୍ତି। କିନ୍ତୁ କେବେ ବି ନିଜ ସଂପର୍କକୁ ନେଇ ଖୁଲାସା କରିନାହାନ୍ତି । ପୂର୍ବରୁ ଦେବୋଲିନା ବିଶାଲଙ୍କୁ ନିଜର ଭଲ ବନ୍ଧୁ ବୋଲି କହୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.