Below header

ଯୁବତୀଙ୍କ ମେରୁଦଣ୍ଡରୁ ଅପରେସନ କରି ବାହାରିଲା ବୁଲେଟ, ଆସିଲା କେଉଁଠୁ ଜଣାନାହିଁ

ହାଇଦ୍ରାବାଦ ସ୍ଥିତ ଏନଆଇଏମଏସ ହସ୍ପିଟାଲର ଡାକ୍ତର ଜଣେ ୧୯ ବର୍ଷିୟ ଯୁବତୀଙ୍କର ମେରୁଦଣ୍ଡ ହାଡରୁ ଏକ ଗୁଳି (ବୁଲେଟ) ବାହାର କରିଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ ଅସୀମା ବେଗମ ନାମକ ଏହି ଯୁବତୀ ପୂର୍ବରୁ ଦୁଇ ବର୍ଷ ଧରି ଅଣ୍ଟା ଯନ୍ତ୍ରଣାରେ ପୀଡିତ ଥିଲେ। ଅତ୍ୟଧିକ ଯନ୍ତ୍ରଣା ପରେ ଯୁବତୀ ଜଣକ ଡାକ୍ତରଙ୍କ ପାଖରେ ପହଞ୍ଚିବା ପରେ ଡାକ୍ତର ସେଠାରେ ପ୍ରଥମେ ତାଙ୍କର ଏକ୍ସ-ରେ କରାଇଥିଲେ, ଯାହା ଦ୍ୱାରା ତାଙ୍କ ମେରୁଦଣ୍ଡ ହାଡରେ ଏକ ଗୁଳି ଥିବା ଜଣାପଡିଥିଲା । ସୂଚନା ମୁତାବକ ଗୁଳି କେବେ ଏବଂ କିପରି ଲାଗିଲା ଏହି ସମ୍ପର୍କରେ ତାଙ୍କୁ କିଛି ଜଣା ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି।

ରିପୋର୍ଟ ଅନୁଯାୟୀ ଏହି ଘଟଣା ପରେ ପୁଂଜାଗୁଟ୍ଟା ପୋଲିସ ଷ୍ଟେସନରେ ଆର୍ମ୍ସ ଆକ୍ଟ ମାଧ୍ୟମରେ ମାମଲା ରୁଜୁ କରାଯାଇଛି। ଏସଆଇ ନାଗାର୍ଜୁନଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ପୋଲିସ କର୍ମଚାରୀ ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.