Below header

ଗୋଟିଏ ଦିନରେ ୩ ହଜାର ଥର ଭୂକମ୍ପ ହେଲା ଆଇସଲାଣ୍ଡରେ, ଫାଟି ପାରେ ଆଗ୍ନେୟଗିରି

ନୂଆଦିଲ୍ଲୀ : ସାରା ଦୁନିଆରେ ସବୁ ଦିନ କିଛି ନା କିଛି ଭୂକମ୍ପ ହୋଇଥାଏ । ହେଲେ ଯଦି କୈାଣସି ଦେଶରେ ଦିନକରେ ଶହେ ନୁହେଁ କି ହଜାରେ ନୁହେଁ ଏକା ଥରକେ ୩ ହଜାର ଥର ଭୂକମ୍ପ ହୁଏ ତେବେ ଦେଶର ଅବସ୍ଥା କ’ଣ ହେବ କହିଲେ । ଏପରି ଘଟଣା ଘଟିଛି ଆଇସିଲାଣ୍ଡରେ ।

ସୋମବାର ଏଠାରେ ଥରେ ନୁହେଁ କି ଦୁଇ ଥର ନୁହେଁ ୩ ହଜାର ଥର ଭୂକମ୍ପ ହୋଇଥିବା ଜଣାଯାଇଛି । ଏଥିପାଇଁ ଏବେ ଦେଶରେ ଭୟ ଓ ଆତଙ୍କର ବାତାବରଣ ଛାଇ ହୋଇ ରହିଛି ।

iceland

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଇସ୍‌ଲ୍ୟାଣ୍ଡରେ ଗ୍ରୀମ୍‌ସ୍‌ବୋଟନ୍‌ ଆଗ୍ନେୟଗିରି କାରଣରୁ ଗତ ମାସରେ ଭୂକମ୍ପ ଗତିବିଧି ଅଧିକ ବଢ଼ାଇ ଦେଇଛି । ଆଇସ୍‌ଲ୍ୟାଣ୍ଡର ଉତ୍ତର ଭାଗରେ ଗତ ସୋମବାର ୩ ହଜାର ଥର ଭୂକମ୍ପ ହୋଇଥିବା ଆଇସ୍‌ଲ୍ୟାଣ୍ଡ୍‌ ପାଣିପାଗ ବିଜ୍ଞାନ ସେବା ସୂତ୍ରରୁ ଜଣାପଡ଼ିଛି ।

ଏହାଦ୍ୱାରା ଦେଶର ରାଜଧାନୀ ରେକ୍‌ଜାବିକ୍‌ରେ ସବୁଠୁ ଅଧିକ ତୀବ୍ରତାର ଭୂକମ୍ପ ଅନୂଭୁତ ହୋଇଛି । ପ୍ରତି ୩ଟି ଭୂକମ୍ପରେ ଗୋଟିଏ ଭୂକମ୍ପର ତୀବ୍ରତା ୫ରୁ ଅଧିକ ଥିବା ଜଣାଯାଇଛି ।

ICELAND

ଭୂକମ୍ପର କେନ୍ଦ୍ର ସ୍ଥଳୀ ୧୨୦୦ ଲୋକ ଥିବା ଏକ ଛୋଟ ଗାଁ ନିକଟରେ ଥିବା ବେଳେ ୨୦ ହଜାର ଲୋକ ସଂଖ୍ୟା ବିଶିଷ୍ଟ ସହର ଅକୁରିଆ ଠାରୁ ମାତ୍ର ଅଳ୍ପ କେଇ କିଲୋମିଟର ଦୂରରେ ଥିଲା ବୋଲି ଜଣାଯାଇଛି ।

ଯଦି କ୍ଷୟକ୍ଷତି ହୋଇଥାନ୍ତା ତେବେ ଏଥିରେ ବହୁ ଲୋକଙ୍କ ପ୍ରାଣହାନୀ ଘଟିଥାନ୍ତା ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ତେବେ ଆଗକୁ ଆହୁରି ଅଧିକ ଭୂକମ୍ପ ହୋଇପାରେ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.