ଉଷାକୋଠି ଅଭୟାରଣ୍ୟରୁ ଚିତା ବାଘର ମୃତ ଦେହ ଉଦ୍ଧାର, କେମିତି ହେଲା ମୃତ୍ୟୁ ଜଣାପଡୁନି

ସମ୍ବଲପୁର (କେ ନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ବାମରା ଡିଭିଜନ ବଡ଼ରମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁତବ ଗ୍ରାମରେ ଆଜି ଏକ ଚିତା ବାଘର ମୃତ ଦେହ ବନ ବିଭାଗ ଠାବ କରିଛି । ବାଘଟି ଗତ ୪/ ୫ ଦିନ ହେବ କୁତବ ଗ୍ରାମ ନିକଟ ଅଭୟାରଣ୍ୟର ୭ ନମ୍ବର ୱାଚ ଟାୱାର ନିକଟ କୁଦାନଖୋଳ ନାମକ ଏକ ଗୁମ୍ଫାରେ ମରି ପଡି ଥିବାର ଗ୍ରାମବାସୀ ଦେଖିଥିଲେ । ସେମାନେ ବନ ବିଭାଗକୁ ସୂଚନା ଦେବା ପରେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ମୃତ ବାଘକୁ ଠାବ କରିଥିଲେ ।

LEOPARD-1ଜମନକିରା ବ୍ଲକ ପଶୁ ଚିକିତ୍ସକ ଡ. ଏସ.ପି. ସିଂ ବରିହା ବାଘର ଶବ ବ୍ୟବଚ୍ଛେଦ କଲା ପରେ ବନ ବିଭାଗ କର୍ମଚାରୀ ତାର ମୃତଦେହକୁ ପୋତି ଦେଇଥିଲେ କ୍ଷ ବାଘଟି ବୟସାଧିକ୍ୟ ଯୋଗୁଁ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି ।
ଅନ୍ୟ ପକ୍ଷରେ ଏହି ଅଂଚଳରେ ବାଘ ଶିକାରୀମାନେ ସକ୍ରିୟ ରହିଛନ୍ତି। ହୁଏତ ଶିକାରୀଙ୍କ ଆକ୍ରମଣରେ ବାଘଟି ମାରି ଥାଇ ପାରେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.