Below header

“ଅଲ ଇଣ୍ଡିଆ ରେଡ଼ିଓ”କୁ ପାକିସ୍ତାନ ରେଡ଼ିଓ ଆକାଶବାଣୀ କହି ଟ୍ରୋଲ ହେଲେ ଇମ୍ରାନ ଖାନ

ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପଞ୍ଜାବର ଝାଂଗ ଜିଲ୍ଲାର ଅଧାରା ହଜାରୀ ଠାରେ ବୁଧବାର ଏକ ରାଲିକୁ ସମ୍ବର୍ଦ୍ଧିତ କରିବା ସମୟରେ କହିଛନ୍ତିକି ଆପଣଙ୍କ ନିକଟକୁ ଏଥିପାଇଁ ଆସିଛି କାରଣ ପୂର୍ବ ସଂସଦ ଯାହାଙ୍କୁ ଆପଣ ଚୟନ କରିଥିଲେ ସେ ବିରୋଧୀ ଭାବେ ବାହାରିଛନ୍ତି । ପିଟିଆଇ ଚେୟାରମ୍ୟାନ ଆରୋପ ଲଗାଇଛନ୍ତିକି ଜଣେ ବିରୋଧୀ ଭୋଟ ହାସଲ କରିବା ପରେ ସଂସଦକୁ ଯାଇଥାନ୍ତି ଆଉ ପରେ ଟଙ୍କା ଲୋଭରେ ନିଜ ଜନାଦେଶକୁ ବଦଳାଇ ଦେଇଥାନ୍ତି । ଏହାକୁ ନେଇ ଇମ୍ରାନ ଶରିଫ ପରିବାରକୁ ଟାର୍ଗେଟ କରିଛନ୍ତି ନୱାଜ ସରିଫ ସରକାରଙ୍କ ଟଙ୍କାରେ ହିଁ ନିଜ ସମ୍ପତ୍ତି ଛିଡା କରିଛନ୍ତି ।

ଅନ୍ୟ ପକ୍ଷରେ ବିଭିନ୍ନ ସୋସିଆଲ ମିଡିଆରେ ଏବେ ଇମ୍ରାନଙ୍କୁ ଖୁବ ଟ୍ରଲ କରାହେଉଛି । ଥରେ କଣ ହେଇଛି ନା ନୱାଜ ସରିଫଙ୍କ ଝିଅ ମରିୟମ ନୱାଜଙ୍କୁ ଟାର୍ଗେଟ କରି ଇମ୍ରାନ ଖାନ କହିଛନ୍ତିକି ୧୯୬୫
ମସିହା ଯୁଦ୍ଧ ସମୟରେ ଭାରତୀୟ ରେଡ଼ିଓରେ ଇଣ୍ଡିଆନ ଆର୍ମିର ବାହାଦୁରି କାହାଣୀ ପ୍ରସାରିତ ହୋଇଥିଲା ଯେଉଁଥିରେ କୁହାଯାଇଥିଲାକି ପାକିସ୍ତାନକୁ କେତେ କ୍ଷତି ପହଂଚିବାରେ ଲାଗିଛି । କିନ୍ତୁ ସେସବୁ କାହାଣୀ ମିଛ ଥିଲା । ଭାରତୀୟ ରେଡ଼ିଓ ଭଳି ମରିୟମ ନୱାଜ ବି ମିଛ କହୁଛନ୍ତି ।” ଏକ ଯାତ୍ରା ବା ଜଳସରେ ଇମ୍ରାନ ଖାନଙ୍କ ପରିବାର ଶରିଫ ପରିବାର ସଦସ୍ୟଙ୍କୁ ଏକ ଅଡିଓ ଟେପ ଶୁଣାଇଛନ୍ତି । କିନ୍ତୁ ଏହି ଜଳସା ପରେ ଇମ୍ରାନଙ୍କୁ ଖୁବ ଟ୍ରଲ କରାଯାଇଥିଲା । କାରଣସେହି ସମୟରେ ଇମ୍ରାନ ରେଡ଼ିଓ ଆକାଶବାଣୀକୁ “ପାକିସ୍ତାନ ରେଡ଼ିଓ ଆକାଶବାଣୀ” ବୋଲି କହିଦେଇଥିଲେ । ଆଉ ପରେ ଏହାକୁ ଠିକ କରି ଇଣ୍ଡିଆନ ରେଡ଼ିଓ ଏଆଇଆର ବୋଲି କହିଥିଲେ ।

 

 

କହିରଖିବା ଉଚିତ ହେବକି ଭାରତୀୟ ଆକାଶବାଣୀର ସ୍ଥପନା ୧୯୩୬ ରେ ହୋଇଥିବା ବେଳେ ପାକିସ୍ତାନ ରେଡ଼ିଓର ଜନ୍ମ ୧୯୪୭ ମସିହାରେ ହୋଇଥିଲା । ଯାହାକୁ ନେଇ ଇମ୍ରାନଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରଲ କରାଯାଇଥିଲା । ଇମ୍ରାନ ଏହା ମଧ୍ୟ କହିଛନ୍ତିକି ଅନ୍ୟ ଦେଶ ଗୁଡିକର ନୈତିକ ମାନଦଣ୍ଡ ଖୁବ ଭଲ ଅଛି । କାହିଁକିନା ସେଠାରେ ମୁଖିଆଙ୍କ ଚରିତ୍ର ଅନ୍ୟ ଦେଶ ଠାରୁ ଉନ୍ନତ ମାନର ରହିଛି । ଖାନ ବୋରିଶ ଜନସନଙ୍କ ଉଦାହରଣ ଦେଇ କହିଛନ୍ତିକି ବ୍ରିଟିଶ ପିଏମ ଜନସନଙ୍କୁ ପଦ ଛାଡିବାକୁ ପଡିଥିଲା କାହିଁକି ନା କୋଭିଡ ସମୟରେ ସେ ନିଜ ସହଯୋଗୀ ମାନଙ୍କ ସହିତ ମୋୖଜ ମଜଲିସରେ ବ୍ରତୀ ରହୁଥିଲେ । ପିଏମ ପଦ ଛାଡିବା ବ୍ୟତୀତ ତାଙ୍କ ନିକଟରେ ଆଉ କିଛି ବିକଳ୍ପ ନଥିଲା ।

ଏକ ପାକିସ୍ତାନୀ ଖବର ଅନୁସାରେ ଇମ୍ରାନ ଖାନ କହିଛନ୍ତିକି ରବିବାର ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ଆମ ଦେଶର ଭବିଷ୍ୟତ ତିଆରି କରିବ । ଆପଣଙ୍କ ଘର ଘର ବୁଲି ଲୋକଙ୍କୁ ଖସକାରୀ ମହିଳା ମାନଙ୍କୁ ଶିକ୍ଷିତ କରିବା ନେଇ ଦାୟିତ୍ୱ ଅର୍ପଣ କରୁଛି । ଆମ ଅଂଚଳର ଭବିଷ୍ୟତ ଗଢିବା ପାଇଁ ଆମକୁ ଏହି ନିର୍ବାଚନ ଜିତିବାକୁ ହେବ । ସେ ଏହା ମଧ୍ୟ କହିଛନ୍ତିକି, “ଆମକୁ ନିଜ ଅଂଚଳକୁ ଆମେରିକାର ଦାସୀ ହେବା ଠାରୁ ରକ୍ଷା କରିବାକୁ ହେବ । ଖାନ ଏହା ମଧ୍ୟ କହିଛନ୍ତିକି ୪୦ ବର୍ଷ ପୂର୍ବେ ଯେବେ ନୱାଜ ସରିଫ କ୍ରିକେଟ ଖେଳୁଥିଲେ ସାଥିରେ ନିଜ ସହିତ ନିଜ ଅମ୍ପାୟାରଙ୍କୁ ନେଇକି ଯାଉଥିଲେ । ଶରିଫ ସରକାରୀ ବ୍ୟାଙ୍କ ମାନଙ୍କରୁ ଲୋନ ନେଇ ୧୮ ଜଣ ଉଦ୍ୟୋଗ ପତିଙ୍କୁ ଶୁଝି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.