Below header

ଭାରତ-ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଶକ୍ତି ବଢାଉଛି ଭାରତୀୟ ସେନା, ଋଷରୁ ଆଉ ୨୧ଟି ମିଗ -୨୯ ବିମାନ କିଣିବ ଭାରତ

କେନ୍ଯୁଜ୍: ଲଦାଖ ନିକଟ ଏଲଏସିରେ ଭାରତ-ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଆହୁରୀ ଶକ୍ତି ବଢାଉଛି ଭାରତୀୟ ସେନା । ଏହାରି ଭିତରେ ରୁଷିଆରୁ ଆଉ ୩୩ଟି ଲଢୁଆ ବିମାନ କିଣିବା ପ୍ରସ୍ତାବରେ ମଧ୍ୟ ମୋହର ମାରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ସେହିପରି ଆଉ ୫୯ଟି ଯୁଦ୍ଧ ବିମାନକୁ ଅପଗ୍ରେଡ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ୧୮ ହଜାର ୧୪୮ କୋଟି ଟଙ୍କା ମଞ୍ଜୁର ହୋଇଛି । ସୂଚନା ଅନୁସାରେ ଋଷରୁ ଆଉ ୨୧ଟି ମିଗ -୨୯ ବିମାନ କିଣିବ ଭାରତ ।

mig29ସେହିପରି ରୁଷିଆ ଓ ହାଲ୍ ମିଳିତ ଭାବେ ସୁଖୋଇ ୩୦ MKI ବିମାନ ନିର୍ମାଣ କରିବେ । ଏପଟେ ୫୯ଟି ମିଗ -୨୯ ବିମାନ ଋଷରେ ଅଗଗ୍ରେଡ ହେବ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷ ରାଷ୍ଟ୍ରପତି ବ୍ଲାଦେମିର ପୁତିନଙ୍କ ମଧ୍ୟରେ ଫୋନରେ ଆଲୋଚନା ପରେ ଏ ନେଇ ଚୁଡାନ୍ତ ନିଷ୍ପତ୍ତିି ହୋଇଛି । ଇତି ମଧ୍ୟରେ ଏଲଏସିରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ-ଚୀନ ମଧ୍ୟରେ ମିଲିଟାରୀ ଏବଂ କୂଟନୈତିକ କଥାବାର୍ତ୍ତା ଜାରି ରହିଛି । ସେପଟେ ଏଲଏସିରେ ଉତ୍ତେଜନା ଲାଗି ରହିଥିବା ବେଳେ ଲେହ ଗସ୍ତରେ ଅଛନ୍ତି ସିଡିଏସ ଜେନେରାଲ ବିପିନ ରାଓ୍ଵତ । ୧୪ କପର୍ସ ଅଧିକାରୀଙ୍କ ସହ ବିିପିନ ପୂର୍ବ ଲଦାଖରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.