Below header

ନାବାଳିକା ଝିଅକୁ ମା’ର ବଏଫ୍ରେଣ୍ଡ କରୁଥିଲା ଯୌନ ଶୋଷଣ, ସବୁଜାଣି ଚୁପ୍‌ ରହିଥିଲା ମା’…. ଏବେ ମିଳିଲା ୪୦ ବର୍ଷ କାରାଦଣ୍ଡ

ନିଜ ୭ ବର୍ଷର ନାବାଳିକା ଝିଅକୁ ବଏଫ୍ରେଣ୍ଡ ଦ୍ୱାରା ଯୌନ ଉତ୍ପୀଡନ ଦେଉଥିବା ମା’କୁ ୪୦ ବର୍ଷ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାପରେ ୨୦ ହଜାର ଟଙ୍କା ଜରିମାନା ଲାଗିଛି । ଏହି ମାମଲା ତିରୁଅନନ୍ତପୁରମରେ ସ୍ପେଶାଲ ଫାଷ୍ଟ ଟ୍ରାକ୍‌ କୋର୍ଟରେ ଚାଲୁଥିଲା ।

ପିଶାଚୁଣୀ ମା’ । ନିଜ ୭ ବର୍ଷର ନାବାଳିକା ଝିଅକୁ ବଏଫ୍ରେଣ୍ଡ ଦ୍ୱାରା ଯୌନ ଉତ୍ପୀଡନ ଦେଉଥିବା ମା’କୁ ୪୦ ବର୍ଷ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାପରେ ୨୦ ହଜାର ଟଙ୍କା ଜରିମାନା ଲାଗିଛି । ଏହି ମାମଲା ତିରୁଅନନ୍ତପୁରମରେ ସ୍ପେଶାଲ ଫାଷ୍ଟ ଟ୍ରାକ୍‌ କୋର୍ଟରେ ଚାଲୁଥିଲା । ଯେଉଁଥିରେ ଅଭିଯୁକ୍ତ ସହିତ ପୀଡିତାର ମା’ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛି ।

ଖବର ମୁତାବକ, ୨୦୧୮ ମାର୍ଚ୍ଚରୁ ୨୦୧୯ ସେପ୍ଟେମ୍ବର ମଧ୍ୟରେ ଏପରି ଏକ ଲଜ୍ଜାଜନକ ଘଟିଥିଲା । ସେ ସମୟରେ ମହିଳା ଜଣକ ମାନସିକ ଅନଗ୍ରସର ସ୍ୱାମୀଙ୍କ ଠାରୁ ଅଲଗା ରହି ନିଜ ବଏଫ୍ରେଣ୍ଡ ସହିତ ଲିଭଇନରେ ରହୁଥିଲେ । ଆଉ ଏହି ସମୟରେ ୭ ବର୍ଷର ଝିଅ ତାଙ୍କ ସହିତ ରହୁଥିଲେ ।

ଏହି ସମୟରେ ବଏଫ୍ରେଣ୍ଡ ଜଣକ ନାବାଳିକାକୁ ଯୌନ ଉତ୍ପୀଡନ ଦେଉଥିବା ବେଳେ ମହିଳା ଜଣକ ଜାଣିଶୁଣି ଚୁପ ରହିଥିଲେ । ମହିଳା ଜଣକ ସବୁ ଜାଣି ମଧ୍ୟ କୌଣସି ପ୍ରତିବାଦ କଲେନାହିଁ । ବରଂ ନିଜ ବଏଫ୍ରେଣ୍ଡଙ୍କୁ ଏହି କାମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ନାବାଳିକା ଜଣକ ବଏଫ୍ରେଣ୍ଡ ଦ୍ୱାରା ଅନେକ ଥର ଦୁଷ୍କର୍ମର ଶିକାର ହୋଇଥିଲେ ।

ଏଥିରେ ଅତିଷ୍ଠ ହୋଇ ପଡ଼ିଥିବା ନାବାଳିକା ଜଣକ ଥରେ ସୁଯୋଗ ପାଇ ସେଠାରୁ ଖସି ଆସି ନିଜ ଜେଜେମା’ଙ୍କ ନିକଟରେ ସବୁ କଥା କହିଦେଇଥିଲେ । ଏହାପରେ ତାଙ୍କ ପରିବାର ବର୍ଗ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଏନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରି ଦେଇଥିଲେ। ଫଳରେ ମହିଳା ଜଣକ ଏହି ମାମଲାର ଏକମାତ୍ର ଅଭିଯୁକ୍ତ ହୋଇଥିବା ବେଳେ ୨୨ ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.