ସୁନ୍ଦରଗଡରେ ହାତୀ ଆତଙ୍କ, ୨ ଜଣଙ୍କୁ କଚାଡି ମାରିଲା

ହାତୀ ନେଲା ଦୁଇ ଜୀବନ । ଦୁଇ ମୃତକ ସୁନ୍ଦରଗଡ଼ ବଡଗାଁ ବ୍ଳକ ଗରଡବାହାଲ ଗାଁର ହିରାଲାଲ ବେହେରା ଓ କାମାକ୍ଷାନଗର ମହାବିରୋଡ ରେଞ୍ଜ ଗଡପଳାଶୁଣି ପଞ୍ଚାୟତ ନାଗେଶ୍ବର ଗାଁର ଦୟାନିଧି ସିଂ ।

ସୁନ୍ଦରଗଡ଼ (କେନ୍ୟୁଜ): ହାତୀ ନେଲା ଦୁଇ ଜୀବନ । ଦୁଇ ମୃତକ ସୁନ୍ଦରଗଡ଼ ବଡଗାଁ ବ୍ଳକ ଗରଡବାହାଲ ଗାଁର ହିରାଲାଲ ବେହେରା ଓ କାମାକ୍ଷାନଗର ମହାବିରୋଡ ରେଞ୍ଜ ଗଡପଳାଶୁଣି ପଞ୍ଚାୟତ ନାଗେଶ୍ବର ଗାଁର ଦୟାନିଧି ସିଂ । ଗରଡବାହାଲ ଗାଁର ହିରାଲାଲ ଧାନ ବିଲକୁ ସୁରକ୍ଷା ଦେବାକୁ ଯାଇଥିବା ବେଳେ ଦଳି ଦେଇଥିଲା ହାତୀ । କିଛି ଦିନ ହେବ ୩୦ଟିକିଆ ହାତୀପଲ ଏହି ଅଞ୍ଚଳରେ ଆତଙ୍କ ମଚାଇଛନ୍ତି । ତେବେ ବନ ବିଭାଗ ମୃତଦେହକୁ ଉଦ୍ଧାର କରିବା ସହ ହାତୀଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସେହିପରି ନାଗେଶ୍ବର ଗାଁର ଦୟାନିଧି ସିଂ ବିଳମ୍ବିତ ରାତିରେ ଘର ବାହାରେ ଛିଡା ହୋଇଥିବା ବେଳେ ଆକ୍ରମଣ କରିଥିଲା ହାତୀ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀ ଘଉଡାଇବା ପାଇଁ ବନବିଭାଗକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.