Below header

ବୋଇତ ଶାଢୀକୁ ନେଇ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲ୍ଲାର ମଙ୍ଗୁଲୁ ମେହେର, ଜାଣନ୍ତୁ ରେଟ୍ କେତେ

ଐତିହଃ,ସଂସ୍କୃତି ଆଉ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ସୂକ୍ଷ୍ମ ସୂତାର କାରିଗରଙ୍କ ଥାଏ ନିଆରା ପ୍ରୟାସ। ଭଳିକି ଭଳି ଶାଢୀ ତିଆରି କରି ଚର୍ଚ୍ଚାରେ ରହିଆସିଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ। ଏବେ ପୁଣି ପବିତ୍ର କାର୍ତିକ ମାସର ପୂର୍ଣ୍ଣମୀ ତିଥିରେ ହେଉଥିବ ବୋଇତ ବନ୍ଦାଣ କୁ ନେଇ ଶାଢୀରେ ଛାପ ଦେଇଛନ୍ତି ମଙ୍ଗଲୁ ମେହେର।  

ସୁବର୍ଣ୍ଣପୁର(କେନ୍ୟୁଜ୍): ହସ୍ତ ତନ୍ତ ଓ ବାନ୍ଧକଳାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ ।ଏମାନଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୁଏ ବାନ୍ଧକଳା। ହସ୍ତ ତନ୍ତ ଭିତରେ ସମାଜର ବିଭିନ୍ନ ସଂସ୍କୃତି ପରଂମ୍ପରାକୁ ସ୍ଥାନୀତ କରିବାରେ ଶିଦ୍ଧହସ୍ତ ଏଠିକାର ବାନ୍ଧଶିଳ୍ପୀ। ଏଭଳି କିଛି କରି ସବୁବେଳେ ଚର୍ଚ୍ଚାରେ ଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ କାରିଗର। ପବିତ୍ର କାତିକ ମାସର ପୂର୍ଣ୍ଣମୀ ତିଥିରେ ପାଳନ କରାଯାଏ ବୋଇତ ବନ୍ଦାଣ ଉସବ। ନୈାବାଣିଜ୍ୟରେ ସାଧବ ପୁଅମାନେ ବିଦେଶ ଯାଇ କିଭଳି ବେପାର ବାଣିଜ୍ୟ କରିବେ ସେନେଇ ସାଧବ ବୋହୁମାନେ ଏହିଦିନ ବନ୍ଦାପନା କରି ବିଦାୟ ଦେଇଥାନ୍ତି। ସେଇଥିପାଇଁ ପାଳନ ହୁଏ ବୋଇତ ବନ୍ଦାଣ ଉସବ।

ହେଲେ ଧିରେ ଧିରେ ଏସବୁ ଲୋପ ପାଇ ଯାଉଥିବାରୁ ଏହାକୁ ଉଜ୍ଜିବିତ କରିବା ପାଇଁ ନିଜ ବାନ୍ଧ କଳାରେ ସ୍ଥାନ ଦେଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ଗାଁର ବାନ୍ଧଶିଳ୍ପୀ ମଙ୍ଗଲୁ ମେହେର। ହଜିଯାଉଥିବା ପରମ୍ପରାକୁ ବାନ୍ଧଗୁରୁ ପ୍ରଫୁଲ୍ଲ ମେହେରଙ୍କ ଠାରୁ ଶିକ୍ଷାଲାଭ ପରେ ତିଆରି କରିଛନ୍ତି ବୋଇତ ଶାଢୀ।   ନିଖୁଣ ବାନ୍ଧ କଳାର କାରିଗର ବୋଇତ ବନ୍ଦାଣ ଶାଢୀ ତିଆରି କରି ଶାଢୀରେ ବୋଇତ ବନ୍ଦାଣର ପ୍ରତିଟି ଛବିକୁ ଛାପ ଦେଇଥିବାରୁ ରାଜ୍ୟ ସରକାଙ୍କ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ପୁରସ୍କୃତ କରାଯାଇଛି। ବୋଇତ ବନ୍ଦାଣ ଶାଢୀଟି ତିଆରି କରି ପୁରସ୍କୃତ ହେବା ପରେ ଏବେ ତାଙ୍କୁ ସବୁଠି ଛୁଟୁଛି ପ୍ରଶଂସାର ସୁଅ। ଯାହାକି ତାଙ୍କ ମନୋବଳ ଆହୁରି ବଢିଥିବା କହିଛନ୍ତି ବାନ୍ଧ ଶିଳ୍ପୀ।

saree boita

ସବୁବେଳେ ନୂଆଁ କିଛି କରିବାର ନିଶାଥାଏ ସୁବର୍ଣ୍ଣପୁର ଜିଲ୍ଲା ବାନ୍ଧଶିଳ୍ପୀଙ୍କର। ଏମାନେ ଅହରହ ତନ୍ତରେ ବସି ସୂକ୍ଷ୍ମସୂତାରେ ତିଆରି କରିଥାନ୍ତି ସୁନ୍ଦର ସୁନ୍ଦର ପାଟବସ୍ତ୍ର। ପାରମ୍ପାରିକ ମଙ୍ଗାରେ ହାତ ତିଆରି ସୂକ୍ଷ୍ମ ସୂତାର ପାଟବସ୍ତ୍ର ଦେଖିବାକୁ ଯେତିକି ଲୋଭନୀୟ ପିନ୍ଧିବାକୁ ମଧ୍ୟ ସେତିକି ହାଲୁକା ଲାଗିଥାଏ। ପ୍ରାକୃତିକ ରଂଙ୍ଗ ରେ ତିଆରି ଏହି ପାଟ ବସ୍ତ୍ରରେ ଚର୍ମରୋଗ ନିରୋଧକ,ହାଲୁକା ଏବଂ ରେସମ ସୂତାରେ ତିଆରି କରାଯାଇଥାଏ।  ଏହି ଶାଢିଟିରେ ବୋଇତ ବନ୍ଦାଣର ପ୍ରତିଟି ଛବିକୁ ଜୀବନ୍ତ କରି ଛାପଦେବାସହ ଆ.କା.ମା.ବୈ,/ପାନ,ଗୁଆ,ଥୋଇ/ପାନଗୁଆ ତୋର,/ମାସିକ ଧରମ ମୋର , ସାଧବ ବୋହୁଙ୍କ ବୋଇତ ବନ୍ଦାଣ,ନୈାବାଣିଜ୍ୟର ଝଲକ ଆଦି ଶାଢୀରେ ଛାପ ଥିବା ଦେଖିବାକୁ ମିଳିଛି।

କେବଳ ସେତିକି ନୂହେଁ ଶାଢିଟି ଦେଖିବାପରେ ନୈାବାଣିଜ୍ୟର ପ୍ରତିଟି କଥାକୁ ମନେପକାଇ ଦେଉଛି। ବୋଇତ ବନ୍ଦାଣରେ ନୈାବାଣିଜ୍ୟର ପ୍ରତିଟି କଥା ଜୀବନ୍ତ ହୋଇଛି ଶାଢୀରେ।ପାଖାପାଖା ତିନିମାସ ସମୟ ଲାଗିଥିବା ବେଳେ ଏହାର ବଜାର ଦର ରହିଛି ୨୭ହଜାର ଟଙ୍କାରୁ ୩୦ ହଜାର ଟଙ୍କା ପର୍ଯ୍ୟ ନ୍ତ। ପରିବାରର ସମସ୍ତଙ୍କ ସହଯୋଗରେ ଶାଢୀଟି ପ୍ରସ୍ତୁତ ହୋଇଥିବା ବେଳେ ଏବେ ବଜାରରେ ଏହି ଶାଢିର ଚାହିଦା ରହିଛି କାହିଁରେ କଣ ।

ତେବେ ଐତିହଃ,ସଂସ୍କୃତି ଆଉ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ସୂକ୍ଷ୍ମ ସୂତାର କାରିଗରଙ୍କ ଥାଏ ନିଆରା ପ୍ରୟାସ। ଭଳିକି ଭଳି ଶାଢୀ ତିଆରି କରି ଚର୍ଚ୍ଚାରେ ରହିଆସିଥାନ୍ତି ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧଶିଳ୍ପୀ। ଏବେ ପୁଣି ପବିତ୍ର କାର୍ତିକ ମାସର ପୂର୍ଣ୍ଣମୀ ତିଥିରେ ହେଉଥିବ ବୋଇତ ବନ୍ଦାଣ କୁ ନେଇ ଶାଢୀରେ ଛାପ ଦେଇଛନ୍ତି ମଙ୍ଗଲୁ ମେହେର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.