Below header

ଜଳବାୟୁ ପରିବର୍ତ୍ତନ ବିଷୟକୁ ସ୍କୁଲ ପିଲାଙ୍କ ପାଇଁ ବାଧ୍ୟତାମୂଳକ କଲେ ଇଟାଲୀ ସରକାର

ଜଳବାୟୁ ପରିବର୍ତ୍ତନ ପରି ଏକ ଗମ୍ଭୀର ସମସ୍ୟାକୁ ଇଟାଲୀ ସରକାର ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ କରିଛନ୍ତି । ଦେଶର ପ୍ରତି ସ୍କୁଲ ପାଇଁ ଏହି ନିୟମ ପାଳନକୁ ଅନିରବାର୍ଜ୍ୟ ବା ବାଧ୍ୟ କରାଯାଇଛି । ଏହି ନିୟମ ଲାଗୁ କରିବାରେ ଇଟାଲୀ ବିଶ୍ୱରେ ପ୍ରଥମ ଦେଶ । ଇଟାଲୀ ଶିକ୍ଷା ମନ୍ତ୍ରୀ ଲୋରେଞ୍ଜୋ ଫିଅରାମନଟିଙ୍କ କହିବା ଅନୁଯାୟୀ ଆଗାମୀ ବର୍ଷ ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଥିବା ନୂତନ ଶିକ୍ଷା ବର୍ଷଠୁ ଏହି ନିୟମକୁ କଡାକଡି ଭାବେ ପାଳନ କରାଯିବା ପାଇଁ ନିଷ୍ପତି ହୋଇଛି । ଦେଶର ସମସ୍ତ ସ୍କୁଲ ସପ୍ତାହକୁ ଅତି କମରେ ୧ ଘଣ୍ଟା ଏହି ବିଷୟ ଉପରେ ଶିକ୍ଷାଦାନ କରିବେ । ଏହି ବିଷୟ ଇଟାଲୀ ମନ୍ତ୍ରୀ ମଣ୍ଡଳରେ ବହୁ ଆଲୋଚନାମାନ ମଧ୍ୟ ହୋଇଛି । ପରେ ଜଳବାୟୁ ପରିବର୍ତ୍ତନ ବିଷୟକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହା ବାଦ ଗଣିତ, ଭୂଗୋଳ, ଭୂବିଜ୍ଞାନ ପରି ଅନ୍ୟାନ ବିଷୟ ଗୁଡିକୁ ପୂର୍ବ ପରି ପ୍ରଧାନ୍ୟ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.