Below header

ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଲେ ଜଗନ ମୋହନ ରେଡ୍ଡୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ ନେଲେ ଜଗନ ମୋହନ ରେଡ୍ଡୀ। ବିଜୟୱାଡାରେ ରାଜ୍ୟପାଳ ଇଏସଏଲ ନରସିଂହା ୱାଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନ ମୋହନଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ତାମିଲନାଡୁର ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଯୋଗଦେଇଥିବା  ଜଣାପଡିଛି। ଗତକାଲି ଏମ୍‌.କେ. ଷ୍ଟାଲିନ୍‌ ଜଗନମୋହନଙ୍କ ସହ ଏ ନେଇ ଟେଲିଫୋନ୍‌ରେ କଥାବାର୍ତ୍ତା ହୋଇଥିଲେ।

ଶପଥ ଗ୍ରହଣ ପରେ ଜଗନମୋହନ ଓ କେସିଆର ଦିଲ୍ଲୀ ଆସି ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଜଗନଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବେ ନାହିଁ । ଶପଥ ଗ୍ରହଣ ପୂର୍ବରୁ ତେଲୁଗୁ ଦେଶମ ପାର୍ଟିର ଏକ ପ୍ରତିିନିଧି ଦଳ ଜଗନମୋହନ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିବେ । ୧୭୫ ଆସନ ବିଶିଷ୍ଟ ବିଧାନସଭାରେ ଜଗନ ମୋହନ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସକୁ ୧୫୧ଟି ଆସନ ମିଳିଥିବା ବେଳେ ଚନ୍ଦ୍ରବାବୁଙ୍କ ତେଲୁଗୁ ଦେଶମ ପାର୍ଟିକୁ ମିଳିଛି ମାତ୍ର ୨୩ ଟି ଆସନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.