Below header

ଆଜି ଓ ଆସନ୍ତାକାଲି ବିଧାନସଭାରେ ଶପଥ ନେବେ ନବନିର୍ବାଚିତ ବିଧାୟକ, ଶପଥ ପାଠ କରାଇବେ କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ

ଭୁବନେଶ୍ବର(କେନ୍ୟୁଜ୍) : ନବନିର୍ବାଚିତ ବିଧାୟକ ନେବେ ଶପଥ। ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ବିଧାନସଭାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ବିଧାନସଭାର ଦୁଇଦିନିଆ ସ୍ୱଳ୍ପକାଳୀନ ଅଧିବେଶନ ବସିବ। ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କାର୍ଯ୍ୟଦିବସରେ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ। ଜୁନ ୧ ତାରିଖରେ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଏହାପୂର୍ବରୁ କାମଚଳା ବାଚସ୍ପତି ଭାବେ ଅମର ଶତପଥୀଙ୍କୁ ରାଜଭବନରେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ବିଧାୟକଙ୍କ ଶପଥ ପାଇଁ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇପାରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.