Below header

ଆଜିଠୁ ଆରମ୍ଭ ହେବ ମୋଦିଙ୍କ ଦ୍ୱିତୀୟ ଇନିଂସ, ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି

କେନ୍ୟୁଜ୍ : ଆଜିଠୁ ଆରମ୍ଭ ହେବ ମୋଦିଙ୍କ ଦ୍ୱିତୀୟ ଇନିଂସ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ରାଜଘାଟରେ ପହଞ୍ଚିଛନ୍ତି । ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ପରେ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧିସ୍ଥଳରେ ପହଞ୍ଚିଛନ୍ତି । ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୋଦି । ଏଠାରେ ବିଜେପିର ସମସ୍ତ ସାଂସଦ ଉପସ୍ଥିତ ଅଛନ୍ତି । ଏହା ପରେ ଓ୍ଵାର ମେମୋରିଆଲ ଯାଇଛନ୍ତି ନରେନ୍ଦ୍ର ମୋଦି । ଆଜି ସଂଧ୍ୟା ୭ଟାରେ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ମୋଦିଙ୍କ ସହ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି।

gandhi jiଶପଥ ଗ୍ରହଣ ପାଇଁ ରାଷ୍ଟ୍ରପତି ଭବନରେ ଭବ୍ୟ ଆୟୋଜନ କରାଯାଇଛି । ଦେଶ ଏବଂ ଦେଶ ବାହାରୁ ଅତିଥିମାନେ ଏଥିରେ ଯୋଗଦାନ କରୁଛନ୍ତି । ବିଦେଶର ହାଇପ୍ରୋଫାଇଲ ନେତା ଯୋଗ ଦାନ କରିବା ନେଇ ସମ୍ମତି ପ୍ରଦାନ କରିଛନ୍ତି । ବିମ୍‌ଷ୍ଟେକ୍‌ ସଦସ୍ୟ ରାଷ୍ଟ୍ର ସମୂହର ନେତାମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ଏଥିପାଇଁ ବାଂଲାଦେଶ, ଭୁଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡର ରାଷ୍ଟ୍ରମୁଖ୍ୟଙ୍କ ସହ ଆଉ କିଛି ଦେଶର ରାଷ୍ଟ୍ର ମୁଖ୍ୟଙ୍କ ପ୍ରତିନିଧିମାନେ ପହଞ୍ଚିସାରିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ୮ ହଜାର ଅତିଥି ସାମିଲ ହେବେ ବୋଲି ଜଣାପଡ଼ିଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏଥିରେ ଯୋଗ ଦେବେ । ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଯୋଗ ଦେବା ନେଇ ସୂଚନା ମିଳିଛି । ନିର୍ବାଚନ ପ୍ରଚାର ବେଳେ ଗାନ୍ଧୀ ପରିବାରକୁ ମୋଦି କଡ଼ା ଭାଷାର ସମାଲୋଚନା କରିଥିଲେ । ଲୋକସଭାର କାମଚଳା ବାଚସ୍ପତି ସନ୍ତୋଷ ଗଙ୍ଗୱାର ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ । ୨୦୧୯ ନିର୍ବାଚନରେ ବରେଲି ଆସନରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି ସନ୍ତୋଷ ଗଙ୍ଗୱାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.