Below header

ଝାରସୁଗୁଡ଼ା ଏୟାରପୋର୍ଟରୁ ସ୍ପାଇସଜେଟ୍‌ର ସଫଳ ଉଡ଼ାଣ

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡା ଏୟାରପୋର୍ଟରୁ ସ୍ପାଇସଜେଟ୍‌ର ସଫଳ ଉଡାଣ । ଦୁଇ ମାସରେ ଝାରସୁଗୁଡା ଏୟାରପୋର୍ଟରୁ ଯାତ୍ରା କରିଛନ୍ତି ହଜାର ହଜାର ଯାତ୍ରୀ । ଝରସୁଗୁଡାରୁ ଦିଲ୍ଲୀକୁ ସର୍ବାଧିକ ଯାତ୍ରୀ ଯାଉଥିବା ବେଳେ କୋଲକତାକୁ ଯାତ୍ରା କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଆସନ୍ତା ଜୁନ ୧ରୁ ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର, ରାୟପୁରକୁ ଉଡାଣ ହେବ ବୋଲି ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବିଶେଷ ଭାବେ ରାଜ୍ୟ ବାହାରର ଯାତ୍ରୀଙ୍କ ସହ ବିଦେଶୀମାନେ ମଧ୍ୟ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.