Below header

ଚଳନ୍ତା ବାଇକରେ ଚୁମ୍ବନ ଦେବା ପଡିଲା ମହଙ୍ଗା, ଭିଡିଓ ଭାଇରାଲ ପରେ ପୋଲିସ ପଠାଇଲା ଜରିମାନା ନୋଟିସ

ଚଳନ୍ତା ବାଇକ୍‌ ରେ ଚୁମ୍ବନ ନେଉଥିବା ବେଳେ ଜଣେ ବାଇକ ଚାଳକକୁ ଜରିମାନା କରିଛି ଟ୍ରାଫିକ ପୋଲିସ । ଚାଳକ ଜଣକୁ ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ଜରିମାନା କରାଯାଇଛି ।

ଚଳନ୍ତା ବାଇକ୍‌ ରେ ଚୁମ୍ବନ ନେଉଥିବା ବେଳେ ଜଣେ ବାଇକ ଚାଳକକୁ ଜରିମାନା କରିଛି ଟ୍ରାଫିକ ପୋଲିସ । ଚାଳକ ଜଣକୁ ଟ୍ରାଫିକ ନିୟମ ଭାଙ୍ଗିବା ଅଭିଯୋଗରେ ଜରିମାନା କରାଯାଇଛି । ଏହି ଘଟଣା ଦେଖାଯାଇଛି ଜୟପୁର ସହରରେ । ଚଳନ୍ତା ବାଇକରେ ଚୁମ୍ବନ ନେବା ଭିଡିଓ ଭାଇରାଲ ହେବା ପରେ ସେଠାକାର ଟ୍ରାଫିକ ପୋଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏବେ ରାସ୍ତା ଘାଟରେ ଓ ବିଭିନ୍ନ ବିପଦପୂର୍ଣ୍ଣ ସ୍ଥାନରେ ଯୁବକ ଯୁବତୀମାନେ ରିଲ୍ସ ତିଆରି କରୁଥିବା ଦେଖିବାକୁ ମିଳୁଥିବା ବେଳେ କେହି କେହି ଚଳନ୍ତା ଗାଡିରେ ଷ୍ଟନ୍ତ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ ଜୟପୁର ସହରର ଏକ ବ୍ୟସ୍ତବହୁଳ ରାସ୍ତାରେ ଦୁଇଜଣ ପୁଅ-ଝିଅ ଏକ ବାଇକରେ ଯାତ୍ରା କରୁଥିବା ବେଳେ ଉଭୟ ଉଭୟଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି ।

ଯୁବକ ଜଣକ ଗାଡ଼ି ଚଳାଉଥିବା ବେଳେ ଆଗକୁ ନଚାହିଁ ପଛକୁ ଚାହିଁ ଯୁବତୀଙ୍କୁ ଚୁମ୍ବନ ଦେଉଛନ୍ତି । ଏହି ସମୟରେ କେହି ଜଣେ ଏହାର ଭିଡଓ କରି ସୋସିଆଲ ମିଡିଆରେ ଛାଡି ଦେଇଛନ୍ତି । ଯାହା ଭାଇରାଲ ହେବାରେ ଲାଗିଛି । ଜୟପୁର ଟ୍ରାଫିକ ପୋଲିସ ଏହି ଭିଡିଓ ଦେଖିବା ପରେ ଗାଡି ନମ୍ବରରୁ ଗାଡିର ମାଲିକଙ୍କ ଠିକଣା ବାହାର କରିବା ସହ ଟ୍ରାଫିକ ନିୟମ ଭାଙ୍ଗିବା ଅପରାଧରେ ତାଙ୍କୁ ଜରିମାନା କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.