୧୦ କି ୨୦ ନୁହେଁ, ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଥାଏ ସାପ! ରିପୋର୍ଟ ପ୍ରକାଶ କଲା WHO

ସାଧାରଣ ଲୋକେ ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି । ପ୍ରାୟ ପ୍ରତି ବର୍ଷ ସାପ କାମୁଡ଼ାର ଅନେକ କେସ୍ ସାମ୍ନାକୁ ଆସୁଛି । ତେବେ WHO ସାପ କାମୁଡ଼ାରେ ହୋଇଥିବା ମୃତ୍ୟୁର ଏକ ରିପୋର୍ଟ ପ୍ରକାଶ କରିଛି ।

ସାଧାରଣ ଲୋକେ ସାପ ନାଁ ଶୁଣିବା ମାତ୍ରେ ଭୟଭୀତ ହୋଇଯାଆନ୍ତି । ପ୍ରାୟ ପ୍ରତି ବର୍ଷ ସାପ କାମୁଡ଼ାର ଅନେକ କେସ୍ ସାମ୍ନାକୁ ଆସୁଛି । ତେବେ WHO ସାପ କାମୁଡ଼ାରେ ହୋଇଥିବା ମୃତ୍ୟୁର ଏକ ରିପୋର୍ଟ ପ୍ରକାଶ କରିଛି । ଭାରତ ଏବଂ ସାରା ବିଶ୍ୱରେ ଏହା କେତେ ବିପଜ୍ଜନକ ସମସ୍ୟା, ତାହା ଏଥିରେ କୁହାଯାଇଛି।

ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ପ୍ରତି ବର୍ଷ ସାରା ବିଶ୍ୱରେ ପ୍ରାୟ ୫୪ ଲକ୍ଷ ଲୋକଙ୍କୁ ସାପ କାମୁଡ଼ିଥାଏ। ସେଥିରୁ ପ୍ରାୟ ୧୮ରୁ ୨୭ ଲକ୍ଷ କେସ୍ ବିଷାକ୍ତ ସାପ କାମୁଡିବାର ହୋଇଥାଏ । ସେହିପରି ପ୍ରତି ବର୍ଷ ୮୧,୪୧୦ରୁ ୧,୩୭୮୮୦ ଲକ୍ଷ ଲୋକ ସାପ କାମୁଡ଼ାରେ ମୃତ୍ୟୁବରଣ କରୁଛନ୍ତି।

ଯଦି ଭାରତ କଥା ଦେଖିବା, ତେବେ ୨୦୦୯ରୁ ୨୦୧୯ ମଧ୍ୟରେ ପ୍ରାୟ ୧.୨ ମିଲିୟନ ବା ୧୨ ଲକ୍ଷ ଲୋକ ସାପ କାମୁଡିବାରେ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ଭାରତ ସରକାରଙ୍କ ଗଣତି ଅନୁସାରେ, ଏହି ସଂଖ୍ୟାରେ ପ୍ରାୟ ୩୦ ଗୁଣା କମ୍‌ କରି ଦେଖାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୦୫ରେ ସାପ କାମୁଡାରେ ୪୫୯୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.