Below header

ଜମ୍ମୁ କଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ଼, ୨ ଆତଙ୍କବାଦୀ ନିପାତ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ କଶ୍ମୀରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡରେ ୨ ଆତଙ୍କବାଦୀ ନିପାତ। ଜମ୍ମୁ କଶ୍ମୀରର ସେନା ଘାଟି ଉପରେ ସମ୍ଭାବ୍ୟ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ନେଇ ସୁରକ୍ଷା କଡ଼ାକଡ଼ି ହୋଇଥିବା ବେଳେ ପୁଲୱାମାର ଅବନ୍ତିପୁରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ସୂଚନା ପାଇ ଅବନ୍ତିପୁରାର ପଞ୍ଜଗାଓଁରେ ୧୩୦ ବାଟାଲିଅନର ସିଆରପିଏଫ ଯବାନ, ୫୫ ଆରଆର ଓ ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କ ପକ୍ଷରୁ ପ୍ରଥମେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀର ପାଲଟା ଆକ୍ରମଣରେ ୨ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ଅନନ୍ତନାଗରେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ଼ ଜାରି ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.