ସାରା ଦେଶରେ ଥମିଲା ପ୍ରଚାର, ଆସନ୍ତାକାଲି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୫୯ ଆସନ ପାଇଁ ହେବ ଭୋଟିଂ

ସାରା ଦେଶରେ ଥମିଲା ପ୍ରଚାର । ଆସନ୍ତାକାଲି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ୫୯ ଆସନ ପାଇଁ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଶତ୍ରୁଘ୍ନ ସିହ୍ନା, ରବି ଶଙ୍କର ପ୍ରସାଦ, ସନ୍ନି ଦେଓଲଙ୍କ ଭାଗ୍ୟ ପରୀକ୍ଷା ହେବ । ଗତ ନିର୍ବାଚନରେ ୫୯ ଆସନରୁ ୩୦ ଜିତିଥିଲା ବିଜେପି ।

-ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ। ୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୫୯ ଆସନ ପାଇଁ ହେବ ମତଦାନ। ୬ କୋଟିରୁ ଅଧିକ ମତଦାତା ଭୋଟିଂ କରିବେ। ଉତ୍ତରପ୍ରଦେଶର ୧୩ ଆସନ ପାଇଁ ଭୋଟିଂ ହେବ। ପ୍ରମୁଖ ପାର୍ଥୀଙ୍କ ମଧ୍ୟରେ ବାରଣାସୀରୁ ପ୍ରାର୍ଥୀ ଅଛନ୍ତି ନରେନ୍ଦ୍ର ମୋଦି। ସେହିପରି ଗୋରଖପୁରରୁ ପ୍ରାର୍ଥୀ ଅଛନ୍ତି ରବି କିଶନ ଓ ଗାଜିପୁରରୁ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ମନୋଜ ସିହ୍ନା।

-ସପ୍ତମ ପର୍ଯ୍ୟାୟରେ ପଞ୍ଜାବର ସମସ୍ତ ୧୩ଟି ଆସନ ପାଇଁ ଭୋଟିଂ ହେବ। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଭଟିନ୍ଦାରୁ ଅଛନ୍ତି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ, ଆନନ୍ଦପୁର ସାହିବରୁ କଂଗ୍ରେସର ମନୀଶ ତିୱାରୀ, ଫିରୋଜପୁରରୁ ଆକଳିଦଳ ମୁଖ୍ୟ ସୁଖବିନ୍ଦର ସିଂହ ବାଦଲ ଓ ଅମୃତସରରୁ କିରଣ ଖୈର। ପଞ୍ଜାବର ଗୁରୁଦାସପୁର ହାଇପ୍ରୋଫାଇଲ ଆସନ ହୋଇ ରହିଛି। ଏଠାରେ ବିଜେପି ପ୍ରାର୍ଥୀ ଅଛନ୍ତି ଫିଲ୍ମ ଷ୍ଟାର ସନି ଦେଓଲ ଓ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ରାଜ୍ୟର ପିସିସି ସଭାପତି ସୁନିଲ ଝାକଡ଼।

-ବିହାର ୮ ସିଟ୍ ମଧ୍ୟରୁ ସସାରାମରୁ ପ୍ରାର୍ଥୀ ଅଛନ୍ତି କଂଗ୍ରେସର ମୀରା କୁମାର। ପାଟଳିପୁତ୍ରରେ ବିଗ୍ ଫାଇଟ୍। ଏଠାରେ ବିଜେପିର ରାମ କ୍ରିପାଲ ଯାଦବ ଓ ଆରଜେଡିର ମିସା ଭାରତୀଙ୍କ ମଧ୍ୟ ମୁକାବିଲା ହେଉଛି। ବକ୍ସରରୁ ପ୍ରାର୍ଥୀ ଅଛନ୍ତି ଅଶ୍ୱୀନ ଚୌବେ ଓ କରକାଟରୁ ପ୍ରାର୍ଥୀ ଅଛନ୍ତି ଆରଏଲ୍ଏସ୍ପି ମୁଖ୍ୟ ଉପେନ୍ଦ୍ର କୁଶୱାହ। ପାଟନା ସାହିବରୁ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ। ତାଙ୍କ ବିରୋଧରେ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ବିଜେପି ଛାଡିଥିବା ଶତ୍ରୁଘ୍ନ ସିହ୍ନା।

ଝାଡ଼ଖଣ୍ଡ ଦୁମ୍କାରୁ ପ୍ରାର୍ଥୀ ଅଛନ୍ତି ଜେଏମ୍ଏମ୍ ମୁଖ୍ୟ ଶିବୁ ସୋରେନ। ୧୯୯୧ରୁ ଶିବୁ ସୋରେନ ଏହି ଆସନରୁ ଲଗାତର ଜିତି ଆସୁଛନ୍ତି।

-୨୦୧୪ରେ ଏହି ୫୯ଟି ଆସନରୁ ବିଜେପି ୩୦, ଟିଏମ୍ସି ୯, ଅକାଳୀଦଳ ୪, ଆପ୍ ୪, କଂଗ୍ରେସ ୩ ଓ ଜେଏମ୍ଏମ୍ ୨ଟି ଆସନ ଜିତିଥିଲେ।

୨୦୧୪ରେ ବିହାରର ୮ଟିରୁ ବିଜେପି ୫, ଜେଡିୟୁ ୧, ଆରଏଲ୍ଏସ୍ପି ୨ଟି ଆସନ ଜିତିଥିଲା। ହିମାଚଳ ପ୍ରଦେଶର ୪ ଆସନରୁ ୪ ବିଜେପି, ଝାଡ଼ଖଣ୍ଡର ତିନିଟି ଆସନରୁ ବିଜେପି ୧ ଓ ଜେଏମ୍ଏମ୍ ୨, ମଧ୍ୟପ୍ରଦେଶର ୮ଟିରୁ ବିଜେପି ୭, କଂଗ୍ରେସ ୧, ପଞ୍ଜାବର ୧୩ଟି ଆସନରୁ ବିଜେପି୧, ଅକାଳିଦଳ ୪, କଂଗ୍ରେସ ୪ ଓ ଆପ୍ ୪ଟି ଆସନ ଜିତିଥିଲେ। ସେହିପରି ଉତ୍ତରପ୍ରଦେଶର ୧୩ଟି ଆସନରୁ ବିଜେପି ୧୧, ଆପନା ଦଳ ୧ ଓ ଏସ୍ପି ଗୋଟିଏ ଆସନ ଜିତିଥିଲେ। ପଶ୍ଚିମବଙ୍ଗର ୯ରୁ ୯ ଆସନ ଜିତିଥିଲା ତୃଣୂଳ କଂଗ୍ରେସ। ଅର୍ଥାତ ଏହି ପର୍ଯ୍ୟାୟରେ ବିଜେପି ଓ ଟିଏମ୍ସି ପାଇଁ ଅଗ୍ନୀ ପରୀକ୍ଷା। ତାର ଝଲକ ମଧ୍ୟ ପଞ୍ଚିମବଙ୍ଗରେ ଦେଖିବାକୁ ମିଳିଥିଲା। ଶେଷ ପରଯ୍ୟାୟରେ ଦେଖିବାକୁ ମିଳିଥିଲା ଉତ୍ତେଜନା।

ଅନ୍ତିମ ପର୍ଯ୍ୟାୟ

୮ ରାଜ୍ୟ ୫୯ ଆସନ
୬ କୋଟିରୁ ଅଧିକ ମତଦାତା

ଉତ୍ତରପ୍ରଦେଶ
୧୩ ଆସନ ପାଇଁ ଭୋଟିଂ

ଉତ୍ତରପ୍ରଦେଶ

ବାରଣାସୀ-ବିଜେପି- ନରେନ୍ଦ୍ର ମୋଦି

ଗୋରଖପୁର-ବିଜେପି- ରବି କିଶନ

ଗାଜିପୁର-ବିଜେପି- ମନୋଜ ସିହ୍ନା

ପଞ୍ଜାବ

ସମସ୍ତ ୧୩ଟି ଆସନ ପାଇଁ ଭୋଟିଂ

ପଞ୍ଜାବ

ଭଟିନ୍ଦା- ହରସିମରତ କୌର ବାଦଲ
ଆନନ୍ଦପୁର ସାହିବ- କଂଗ୍ରେସ-ମନୀଶ ତିୱାରୀ
ଫିରୋଜପୁର- ଆକଳୀ ଦଳ- ସୁଖବିନ୍ଦର ସିଂହ ବାଦଲ
ଅମୃତସର-ବିଜେପି- କିରଣ ଖୈର

ଗୁରୁଦାସପୁର (ପଞ୍ଜାବ)

ବିଜେପି- ସନି ଦେଓଲ
କଂଗ୍ରେସ- ସୁନିଲ ଝାକଡ଼

ବିହାର (ସପ୍ତମ ପର୍ଯ୍ୟାୟ)

୮ ସିଟରେ ଭୋଟିଂ

ବିହାର

ସସାରାମ-କଂଗ୍ରେସ- ମୀରା କୁମାର

ପାଟଳିପୁତ୍ର (ବିହାର)

ବିଜେପି- ରାମ କ୍ରିପାଲ ଯାଦବ
ଆରଜେଡି- ମୀସା ଭାରତୀ

ବିହାର

ବକ୍ସର- ଅଶ୍ୱୀନ ଚୌବେ
କରକାଟ- ଆରଏଲ୍ଏସ୍ପି- ଉପେନ୍ଦ୍ର କୁଶୱାହ

ପାଟନା ସାହିବ (ବିହାର)

ବିଜେପି- ରବି ଶଙ୍କର ପ୍ରସାଦ
କଂଗ୍ରେସ- ଶତ୍ରୁଘ୍ନ ସିହ୍ନା

ଦୁମ୍କା (ଝାଡ଼ଖଣ୍ଡ)

ଜେଏମଏମ୍- ଶିବୁ ସୋରେନ

ସପ୍ତମ ପର‌୍ୟ୍ୟାୟ

୫୯ ଆସନ-(୨୦୧୪)
ବିଜେପି ୩୦
ଟିଏମ୍ସି ୯
ଅକାଳୀଦଳ ୪
ଆପ୍ ୪
କଂଗ୍ରେସ ୩
ଜେଏମଏମ୍ ୨

ସପ୍ତମ ପର୍ଯ୍ୟାୟ-ବିହାରର- ୮ (୨୦୧୪)
ବିଜେପି ୫
ଜେଡିୟୁ ୧
ଆରଏଲ୍ଏସ୍ପି ୨

ସପ୍ତମ ପର୍ଯ୍ୟାୟ -ହିମାଚଳ ପ୍ରଦେଶ-୪ (୨୦୧୪)
ବିଜେପି-୪

ସପ୍ତମ ପର୍ଯ୍ୟାୟ -ଝାଡ଼ଖଣ୍ଡ-୩ (୨୦୧୪)
ବିଜେପି ୧
ଜେଏମ୍ଏମ୍ ୨

ସପ୍ତମ ପର୍ଯ୍ୟାୟ -ମଧ୍ୟପ୍ରଦେଶ-୮ (୨୦୧୪)
ବିଜେପି ୭
କଂଗ୍ରେସ ୧

ସପ୍ତମ ପର୍ଯ୍ୟାୟ -ପଞ୍ଜାବର ୧୩ (୨୦୧୪)
ବିଜେପି୧
ଅକାଳିଦଳ ୪
କଂଗ୍ରେସ ୪
ଆପ୍ ୪

ସପ୍ତମ ପର୍ଯ୍ୟାୟ -ଉତ୍ତରପ୍ରଦେଶ ୧୩ (୨୦୧୪)

ବିଜେପି ୧୧
ଆପନା ଦଳ ୧
ଏସ୍ପି-୧

ସପ୍ତମ ପର୍ଯ୍ୟାୟ -ପଶ୍ଚିମବଙ୍ଗର ୯ (୨୦୧୪)
ଟିଏମ୍ସି -୯

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.