Below header

ରାହୁଲଙ୍କ ରୋଡ୍‌ ସୋ ବେଳେ ଆହତ ହେଲେ ସାମ୍ବାଦିକ

ଆଜି ବାୟନାଡରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତେବେ ତାଙ୍କ ରୋଡ୍‌ ସୋ ବେଳେଏକ ଦୁର୍ଘଟଣା ଘଟି ତିନି ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଶୋଭଯାତ୍ରାରେ ସାମିଲ ଏକ ଟ୍ରକ୍‌ର ଏକସେଲ୍‌ ଭାଙ୍ଗିଯିବାରୁ ଏହି ସାମ୍ବାଦିକମାନେ ଆହତ ହୋଇଥିଲେ । ତୁରନ୍ତ ରାହୁଲ ଓ ପ୍ରିୟଙ୍କା ଗାନ୍ଧି ଆମ୍ବୁଲାନ୍ସ ଡକାଇ ସେମାନଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ ।

ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେହି ଦୃଶ୍ୟର ଭିଡିଓ ଟ୍ଵିଟ୍‌ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.