Below header

ସହିଦ ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ସେନା ସାମିଲ ହୋଇଛନ୍ତି ଜ୍ୟୋତି ନୈନଓ୍ଵାଲ, କୁଲଗାମ ଆକ୍ରମଣରେ ସହିଦ ହୋଇଥିଲେ ସ୍ୱାମୀ ଦୀପକ

ସ୍ୱାମୀଙ୍କ ଇଚ୍ଛା ପୂରଣ କରିବା ପାଇଁ ବୀର ଯବାନଙ୍କ ପରି ଲଢିବେ ଜ୍ୟୋତି। ସହିଦ ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ସେନା ସାମିଲ ହୋଇଛନ୍ତି ଜ୍ୟୋତି ନୈନଓ୍ଵାଲ। ଶତ୍ରୁଙ୍କୁ ବିନାଶ କରିବା ପାଇଁ ହାତରେ ଧରିବେ ବନ୍ଧୁକ। ଆଉ ବର୍ଡରରେ ଠିଆ ହୋଇ କରିବେ ମାତୃଭୂମିର ସୁରକ୍ଷା। ଜ୍ୟୋତି ଦୁଇଟି ପିଲାର ମା’ ହୋଇ ମଧ୍ୟ ଦେଶର ସେବା କରିବା ପାଇଁ ଆଗେଇ ଆସିଛନ୍ତି ।

ଜମ୍ମୁ କଶ୍ମୀର କୁଲଗାମ ଆକ୍ରମଣରେ ସହିଦ ହୋଇଥିବା ବୀରଯବାନ ଦୀପକ ନୈନଓ୍ଵାଲଙ୍କ ପତ୍ନୀ ଜ୍ୟୋତି ନୈନଓ୍ଵାଲ ଭାରତୀୟ ସେନାରେ ଲେଫିନାଣ୍ଟ ହୋଇଛନ୍ତି। ଜ୍ୟୋତି ଚେନ୍ନାଇରେ ଓଟିଏରେ ପାସ୍‌ କରିଛନ୍ତି। ପାସିଂ ଆଉଟ ପରେଡ ପରେ ଜ୍ୟୋତିଙ୍କୁ ଏହି ପଦବୀ ମିଳିଛି। ୪ର୍ଥ ପ୍ରୟାସରେ ଏସଏସସି ପରୀକ୍ଷାକୁ ପାସ୍ କରିଥିଲେ । ଏହାପରେ ବର୍ଷେ ଧରି ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଇ ସାରି ସେନାରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଜ୍ୟୋତି ନୈନଓ୍ଵାଲ । ଜ୍ୟୋତି ହାସଲ କରିଥିବା ଏହି ଉପଲବ୍ଧିର ଶ୍ରେୟ ନିଜ ପରିଜନଙ୍କ ସହିତ ମହାର ରେଜିମେଣ୍ଟଙ୍କୁ ମଧ୍ୟ ଦେଇଛନ୍ତି। ଜ୍ୟୋତି କହିଛନ୍ତି, ମୁଁ କେବେ ଭାବିନଥିଲି ଯେ ସେନାରେ ଚାକିରି କରିବି। ମୁଁ ତ ଗୃହିଣୀ ଥିଲି, ମୋ ସ୍ୱାମୀ ହସପିଟାଲରେ ଥିବା ବେଳେ ସେନା କିଭଳି ନିଜ ସୈନିକମାନଙ୍କ ଦେଖାଶୁଣା କରିଥାଏ, ତାହା ଜାଣିବାକୁ ପାଇଥିଲି। ସେତେବେଳେ ହିଁ ସେନାରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲି।

ସୂଚନାଯୋଗ୍ୟ, ଡେରାଡୁନ ହରୱାଲର ସହିଦ ନାଏକ ଦୀପକ ନୈନଓ୍ଵାଲ ୨୦୧୮ ଜମ୍ମୁ-କଶ୍ମୀରରେ ଆତଙ୍କିଙ୍କୁ କଡ଼ା ଜବାବ୍ ଦେଇଥିଲେ । ଛାତିରେ, ଗୋଡ଼ରେ ୩ଟି ଗୁଳି ଖାଇ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ଏକମାସ ଧରି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଦୀପକ। ଜ୍ୟୋତିଙ୍କ ଝିଅ ଲାବଣ୍ୟ କହିଛନ୍ତି, ସେ ତାଙ୍କ ମା’କୁ ନେଇ ବହୁତ ଗର୍ବ ଅନୁଭବ କରନ୍ତି। ମୁଁ ମଧ୍ୟ ତାଙ୍କ ଭଳି ଦିନେ ଆର୍ମି ଅଫିସର ହେବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.