Below header

ରିସର୍ଚ୍ଚରୁ ପ୍ରମାଣିତ, ଶୋଇବାଘରେ ଟିଭି ରଖିବା ହୋଇଥାଏ ପିଲାଙ୍କ ପ୍ରତି ହାନିକାରକ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ସମସ୍ତ ମାତାପିତା ପିଲାଙ୍କୁ ଖାଲି ସମୟରେ ସାଧାରଣତଃ ଟେଲିଭିଜନ ଦେଖିବାକୁ କହିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତିକି ଟେଲିଭିଜନ ପିଲାଙ୍କର ସ୍ବଭାବ, ଆଚରଣ ଏବଂ ବ୍ୟବହାର ଆଦି ଉପରେ ଖୁବ କୁପ୍ରଭାବ ପକାଇଥାଏ। ଏହା ବିଷୟରେ ପୂର୍ବରୁ ବିଭିନ୍ନ ଆଲୋଚନା ହୋଇସାରିଥିଲେ ମଧ୍ୟ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି କି ଟେଲିଭିଜନ ବା ଟିଭିକୁ ଘରର ଶୋଇବାଘରେ ରଖିବା କେତେ ଦୂର ଠିକ୍।

children-watching

ଅଧ୍ୟୟନକର୍ତ୍ତାଙ୍କ ଅନୁଯାୟୀ, ଶୋଇବାଘରେ ଟେଲିଭିଜନ ଦେଖିବା ଦ୍ବାରା ତାହା ପିଲାଙ୍କ ମାନସୀକ ତଥା ଶରୀରିକ ଉପରେ କୁପ୍ରଭାବ ପକାଇଥାଏ। ଏହା ଦ୍ବାରା ପିଲାଟି ଅବସାଦଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଥାଏ। ବିଭିନ୍ନ ବୟସର ପିଲାଙ୍କୁ ନେଇ କରାଯାଇଥିବା ଏକ ରିସର୍ଚ୍ଚରେ ଏହା ପ୍ରମାଣିତ ହୋଇଛି। ଘରେ ଗୋଟିଏ ସ୍ଥାନରେ ବସି ଟିଭି ଦେଖିବା ଦ୍ବାରା ପିଲାଙ୍କୁ ଏକୁଟିଆ ରହିବାର ଅଭ୍ୟାସ ହୋଇଥାଏ। ଏପରିକି ପିଲାମାନେ ଏକାକୀ ରହିବାକୁ ଭଲପାଇ ବସନ୍ତି।

tv

ଏହି ରିସର୍ଚ୍ଚରେ ଜଣାପଡିଛି କି , ଘରେ ରହିଥିବା ଟେଲିଭିଜନର ସ୍ଥାନ ମଧ୍ୟ ପିଲାଙ୍କ ମାନସିକତା ଉପରେ ପ୍ରଭାବ ପକାଇଥାଏ। ଶୋଇବାଘରେ ଟେଲିଭିଜନ ଦେଖିବା ଦ୍ବାରା ପିଲାଙ୍କ ମାନସିକ ତଥା ଶାରୀରିକ ବିକାଶ ସଠିକ ଭାବେ ହୋଇପାରିନଥାଏ। ଏପରିକି ପିଲା ସାଙ୍ଗ ସାଥିଙ୍କ ସହ ମଧ୍ୟ ସଠିକ୍ ଭାବେ ମିଳାମିଶା କରିନଥାଏ। ଏହା ଦ୍ବାରା ତାଙ୍କୁ ବିଭିନ୍ନ ପ୍ରକାରର ରୋଗ ହେବାର ମଧ୍ୟ ସମ୍ଭାବନା ମଧ୍ୟ ରହିଥାଏ। ଏହା ଦ୍ବାରା ପିଲାମାନେ ସଠିକ୍ ଭାବେ ବିକଶିତ ହୋଇପାରନ୍ତି ନାହିଁ। ଏଣୁ ମାତାପିତାଙ୍କୁ ଟେଲିଭିଜନ ରଖିବା ପୂର୍ବରୁ ଏହାର ଦିଗ ଏବଂ ସ୍ଥାନ ପ୍ରତି ଧ୍ୟାନ ରଖିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.