Below header

ଆଇପିଏସ ଅଫିସରଙ୍କ ଦବଙ୍ଗଗିରି, ସାଧାରଣ ଲୋକଙ୍କୁ ଅସୁବିଧା ହେବ ନାହିଁ ବୋଲି ଅଟକାଇଲେ ମନ୍ତ୍ରୀଙ୍କ ଗାଡ଼ି

କେରଳ : କେରଳ ସବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଚାଲୁଥିବା ବିରୋଧ ବେଳେ ଏବେ ଆଉ ଏକ ମାମଲା ରହିଛି ଚର୍ଚ୍ଚାରେ।  କେରଳ ପୋଲିସ କେନ୍ଦ୍ରୀୟ ମନ୍ତ୍ରୀ ପୋନ୍ ରାଧା କୃଷ୍ଣନାନ୍ ଙ୍କ ଗାଡିକୁ ଭଗବାନ ଅୟପ୍ପା ମନ୍ଦିରକୁ ଯିବାକୁ ଅଟକାଇଛନ୍ତି ସେଠାରେ ଉପସ୍ଥିତ ରହିଥିବା ଆଇପିଏସ୍ ଅଧିକାରୀ ୟତିଶ ଚନ୍ଦ୍ର । ସୂଚନାନୁଯାୟୀ, ଆଇପିଏସ୍ ଅଫିସର ମନ୍ତ୍ରୀଙ୍କୁ ସବରୀମାଳା ମନ୍ଦିରକୁ ଯିବାକୁ ଅଟକାଇବା ସହ ତାଙ୍କ ଗାଡି ମନ୍ଦିରକୁ ପ୍ରବେଶ କରି ପାରିବ ନାହିଁ ବୋଲି କହିଥିଲେ। ପରେ ଏହି ଘଟଣାଟି ଲୋକଲୋଚନକୁ ଆସିବା ସହ ଚର୍ଚ୍ଚାର ବିଷୟ ପାଲଟିଛି ଆଇପିଏସ ଅଫିସରଙ୍କ ଦବଙ୍ଗଗିରି। ଆସନ୍ତୁ ଜାଣିବା କଣ ରହିଥିଲା ସଂପୂର୍ଣ୍ଣ ଘଟଣା।

ips1

ଆଇପିଏସ୍ ଅଧିକାରୀ ୟତିଶ ଚନ୍ଦ୍ର କହିଥିଲେ, ମନ୍ଦିର ପରିସରରେ ପାର୍କିଂର ଖୁବ ସମସ୍ୟା ରହିଛି। ଏଣୁ ସରକାରି ବାହନ ସେଠାରେ ଭିଆଇପି ମନ୍ତ୍ରୀଙ୍କୁ ଛାଡି ଫେରି ଆସିବାର ନିୟମ ରହିଛି। କିନ୍ତୁ ଯଦି ଏକ ପ୍ରାଇଭେଟ୍ ଯାନକୁ ସେଠାରେ ଯିବାକୁ ଦିଆଯାଏ ତେବେ ଅନ୍ୟ ଲୋକମାନେ ମଧ୍ୟ ସେଠାକୁ ଯିବାକୁ ପ୍ରୟାସ କରିବେ। ଫଳରେ ସେଠାରେ ଟ୍ରାଫିକ୍ ସମସ୍ୟା ଦେଖାଦେବ। ଏଣୁ ସେ ମନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇବା ସହ ବହୁ ସହସିକତାର ସହ ଲୋକଙ୍କୁ ଅସୁବିଧାରେ ପକାଇ ମୁଁ ଭିଆଇପିଙ୍କୁ ପ୍ରବେଶ କରାଇପାରିବି ନାହିଁ ବୋଲି କହିଥିଲେ।

ips 3

ଏଥିସହ ଆଇପିଏସ ମନ୍ତ୍ରୀଙ୍କୁ କହିଥିଲେ ଯଦି ଆପଣ ଯିବା ପରେ ସେଠାରେ ହେବାକୁ ଥିବା ସମସ୍ତ ସମସ୍ଯାର ଦାୟିତ୍ବ ନେବେ ଏବଂ ତାହା ବିଷୟରେ ମତେ ଲିଖିତ ଭାବେ ଜଣାଇବେ ତେଵେ ମୁଁ ଆପଣଙ୍କୁ ଯିବାର ଅନୁମତି ଦେଇଦେବି। ଯାହାପରେ ମନ୍ତ୍ରୀ କହିଥିଲେ ମୁଁ ଏଭଳି କିଛି ଆଦେଶ ଦେଇପାରିବିନି। ପରେ ପ୍ରତିଉତ୍ତରରେ ୟତିଶ ଚନ୍ଦ୍ର କହିଥିଲେ ଏହା ହିଁ ତ ସମସ୍ୟା ଆପଣଙ୍କ ମନ୍ଦିର ପ୍ରବେଶ ଠାରୁ ଅଧିକ ଜରୁରୀ ମୋ ପାଇଁ ଲୋକଙ୍କ ସୁରକ୍ଷା ।

yathish-chandra

ଆଇପିଏସ୍ ଅଫିସରଙ୍କ ଏପରି ବ୍ୟବହାରକୁ ମନ୍ତ୍ରିଙ୍କ ପ୍ରତି ଅଭଦ୍ରାମୀ, କହି କେରଳ ବିଜେପିର ମହାସଚିବ ଏଏନ ରାଧା କୃଷ୍ଣନାନ୍ ଅଭିଯୋଗ କରିଛନ୍ତି । ଏଥିସହ ସମସ୍ତଙ୍କ ଆଗରେ ଜଣେ ନେତାଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ୟତିଶ ଚନ୍ଦ୍ରଙ୍କ ସସପେଣ୍ଡ ପାଇଁ ଆବେଦନ କରିଥିଲେ। ଏବେ ଆଇପିଏସ ଅଫିସରଙ୍କ ଏହି କାର୍ଯ୍ଯ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ହାସଲ କରୁଛି ବହୁତ ଲୋକପ୍ରିୟତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.