Below header

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ନେଇ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ, ରେଳମନ୍ତ୍ରୀ ରଖିଲେ ଉତ୍ତର

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ ଜୁଲାଇ ୧୭ ତାରିଖରେ ରେଳମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା- ବଲାଙ୍ଗିର ରେଳ ଲାଇନ୍‌ର ଖୋର୍ଦ୍ଧା ରୋଡ଼ଠାରୁ ନୟାଗଡ଼ ପର୍ଯ୍ୟନ୍ତ ୬୫.୩୮ କିଲୋମିଟର ଏବଂ ବଲାଙ୍ଗିର ଭଇଁସାପାଲି ୧୪.୫୮କିଲୋମିଟର ରେଳ ଲାଇନ୍‌ ନିର୍ମାଣ ଶେଷ ହୋଇଥିବା ବେଳେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପରେ ୧୦୫୭.୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯-୨୦ ବର୍ଷରେ ୩୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ରେଳମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି। ଖୋର୍ଦ୍ଧା- ନୟାଗଡ଼ ଟାଉନ୍‌ ଏବଂ ବଲାଙ୍ଗିର ଭଇଁସାପାଲି ସେକ୍‌ସନରେ ଟ୍ରେନ୍‌ ଚଳାଚଳ କାର୍ଯ୍ୟକ୍ଷମ ହୋଇଛି। ଏହାଦସହ କନ୍ଧମାଳକୁ ରେଳ ଲାଇନ୍‌ ସଂଯୋଗ ନେଇ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଉତ୍ତର ପାଇବା ପରେ ସାଂସଦ ଡକ୍ଚର ଅଚ୍ୟୁତ ସାମନ୍ତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ ନେଇ ସେ ତାଙ୍କର ଉଦ୍ୟମ ଜାରି ରଖିବେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.