ଠିକାଦାରଙ୍କୁ ଗୁଳି କରି ହତ୍ୟା,ମାଓବାଦୀଙ୍କ ହାତଥିବା ନେଇ ସନ୍ଦେହ

କଳାହାଣ୍ଡି ସାପ୍ତାହିକ ବଜାରରେ ଜଣେ ଠିକାଦାରଙ୍କୁ ଗୁଳି କରି ହତ୍ୟା । ତାଙ୍କ ନାଁ ରାଜେନ୍ଦ୍ର ସାହୁ । ଘର ବୋରପଦର ଗାଁରେ । ବିଜେପୁର ଥାନା ପହାଡପଦର ରବିବାର ବଜାରରେ ରାଜେନ୍ଦ୍ରଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରଯାଉଛି । ଏ ସଂପର୍କରେ କଳାହାଣ୍ଡି ଏସ୍‌ପି ବି.ଗଙ୍ଗାଧର କହିଛନ୍ତି, ନକ୍ସଲ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ହୋଇଛି ହତ୍ୟାକାଣ୍ଡ । ରାଜେନ୍ଦ୍ର ସାହୁ ଠିକାଦାରୀ କାର୍ଯ୍ୟରେ ନିୟୋଜିତ ଥିଲେ । ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛନ୍ତି । ଏହା ମାଓବାଦୀଙ୍କ ହତ୍ୟାକାଣ୍ଡ କିମ୍ବା ନୁହେଁ ତାହା ସ୍ପଷ୍ଟ ହୋଇନି । ତଦନ୍ତ ପରେ ହତ୍ୟାର କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.