Below header

ଉତ୍ତରକାଶୀ ଟନେଲ୍ ରେସକ୍ୟୁ ଶେଷ ପର୍ଯ୍ୟାୟରେ, ଆଉ କିଛି ଘଣ୍ଟା ମଧ୍ୟରେ ବାହାରକୁ ଆସିବେ ଶ୍ରମିକ

ଶ୍ରମିକଙ୍କ ପାଖାପାଖି ପହଞ୍ଚି ଗଲାଣି ଉଦ୍ଧାରକାରୀ ଟିମ୍ । ଆଉ ମାତ୍ର ୫ ମିଟର ସୁଡଙ୍ଗ ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ । ଏଥିପାଇଁ ଜୋରସୋରରେ ଚାଲିଛି ମାନୁଆଲ୍ ଡ୍ରିଲିଂ ।

ଖୁବଶୀଘ୍ର ଉତ୍ତରକାଶୀ ଟନେଲ୍ ରେସକ୍ୟୁରୁ ଆସିପାରେ ଖୁସି ଖବର । ଶ୍ରମିକଙ୍କ ପାଖାପାଖି ପହଞ୍ଚି ଗଲାଣି ଉଦ୍ଧାରକାରୀ ଟିମ୍ । ଆଉ ମାତ୍ର ୫ ମିଟର ସୁଡଙ୍ଗ ଖୋଳିବା ପରେ ଶ୍ରମିକଙ୍କ ପାଖରେ ପହଞ୍ଚିବ ରେସକ୍ୟୁ ଟିମ୍ । ଏଥିପାଇଁ ଜୋରସୋରରେ ଚାଲିଛି ମାନୁଆଲ୍ ଡ୍ରିଲିଂ । ୧୨ ଜଣିଆ ରାଟ୍ ହୋଲ୍ ମାଇନରମାନେ ଜୋରସୋରରେ ଖନନ କାମରେ ଲାଗିଛନ୍ତି ।

ଭର୍ଟିକାଲ୍ ଓ ମାନୁଆଲ୍ ଡ୍ରିଲିଂରେ ଉଦ୍ଧାରକାରୀ ଟିମ୍ ପ୍ରାୟ ୫୨ମିଟର ଖୋଳି ସାରିଲେଣି । ଏଥିସହ ଭିତରେ ୫୨ ମିଟର ଯାଏ ପାଇପ୍ ପ୍ରବେଶ କରାଯାଇଛି । ଆଉ ୫ ମିଟର ପାଇପ୍ ପ୍ରବେଶ ପରେ ରେସକ୍ୟୁରେ ମିଳିପାରେ ସଫଳତା । ଆଜି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

ଶ୍ରମିକମାନେ ଉଦ୍ଧାରକାରୀ ଦଳ ପାଖରୁ ୫ ମିଟର ଦୂରରେ ରହିଛନ୍ତି । ରାଟ୍ ହୋଲ୍ ମାଇନର ମାନେ ଆଜି ସୁଦ୍ଧା ଏହି ଖନନ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆଶା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ଶ୍ରମିକମାନେ ଉଦ୍ଧାର ହେବେ। ପାଇପ୍ ପ୍ରବେଶ କରାଇବା କାମରେ ନିୟୋଜିତ ହୋଇଛି ଅଗର ମେସିନ । ପ୍ରାୟ ୫୦ ମିଟର ଭର୍ଟିକାଲ୍ ଡ୍ରିଲିଂ ହୋଇଥିଲା । ଏହାପରେ ରାଟ୍ ହୋଲ୍ ମାଇନରମାନେ ୩ ମିଟର ଖୋଳିଲେଣି । ଗତକାଲି ରାତିରୁ ଡ୍ରିଲିଂରେ ଆଉ କୌଣସି ବାଧା ଦେଖାଦେଇନି । ଆଜି ସେମାନେ ସକାରାତ୍ମକ ରହିଥିବା ଅନ୍ତର୍ଜାତୀୟ ଟନେଲ୍ ଏକ୍ସପର୍ଟ ଆରନୋଲ୍ଡ ଡିକ୍ସ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.