Below header

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ, ତଦାରଖ କରିବ ୧୫ ଜଣିଆ ଟିମ୍‌

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ। ଏଥିପାଇଁ ପୁରୀରେ ୧୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ASI ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଆସିଛି ଟିମ୍। ଟିମ୍ ରେ ସାମିଲ ଅଛନ୍ତି ଫଟୋଗ୍ରାଫିକ ସଦସ୍ୟ। ଆଉ କିଛି ସମୟ ପରେ ଶ୍ରୀମନ୍ଦିରରେ ଲେଜର ସ୍କାନିଂ କରିବେ ଟିମ୍ ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ । ଏଥିପାଇଁ ପୁରୀରେ ୧୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ASI ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଆସିଛି ଟିମ୍। ଟିମ୍ ରେ ସାମିଲ ଅଛନ୍ତି ଫଟୋଗ୍ରାଫିକ ସଦସ୍ୟ।। ଟିମ୍ ରେ ଅଛନ୍ତି ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ । ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍ ।

ଏହି ସ୍କାନିଂ ଦ୍ବାରା ରତ୍ନଭଣ୍ଡାରର ସ୍ଥିତି ଓ ଏହାର ଦୁର୍ବଳ ଅଂଶ ସମ୍ପର୍କରେ ଜାଣିହେବ। ଦୁଇରୁ ଚାରି ଘଣ୍ଟା ଧରି ଚାଲିବ ଲେଜର ସ୍କାନିଂ। ଏକ ସ୍ବତନ୍ତ୍ର କ୍ୟାମେରାରେ ଫଟୋ ଉତ୍ତୋଳନ କରାଯିବ। ଏହା ଦ୍ବାରା କାନ୍ଥରେ ଥିବା ଫାଟ ନେଇ ବିସ୍ତୃତ ଭାବେ ଜଣା ପଡ଼ିବ । ଏହା ଫଳରେ ମରାମତି କାମ ସୁଚାରୁ ରୂପେ ହୋଇପାରିବ ବୋଲି ସୂଚନା ଦେଇଛନ୍ତି । ପୂର୍ବରୁ ୨୦୨୧ ମସିହାରେ ଶ୍ରୀମନ୍ଦିର ଜଗମୋହନ ସହ ଅନ୍ୟ ଅଂଶଗୁଡିକର ଲେଜର ସ୍କାନିଂ କରାଯାଇଥିଲା l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.