Redmi ଆଣୁଛି ଷ୍ଟାଇଲିସ୍‌ ସ୍ମାର୍ଟଫୋନ, ଦମଦାର ବ୍ୟାଟେରୀ ସହ ରହିଛି ବଢ଼ିଆ ଫିଚର୍ସ

ଡିସେମ୍ବର ମାସର ପ୍ରଥମ ସପ୍ତାହରେ କମ୍ପାନୀ ଅଫିସିଆଲ ଭାବେ Redmi 13C ଲଞ୍ଚ କରିବାକୁ ଯାଉଛି । ଏହି ଫୋନକୁ ବିଶ୍ୱର ବିଭିନ୍ନ ବଜାରରେ ଲଞ୍ଚ କରାଯିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ଡେଟ ଘୋଷଣା କରିଛି ।

Redmi ନିଜ ୟୁଜରମାନଙ୍କ ପାଇଁ ଅନେକ ସମୟରେ ନୂଆ ଫୋନ୍ ଆଣିଥାଏ । ଡିସେମ୍ବର ମାସର ପ୍ରଥମ ସପ୍ତାହରେ କମ୍ପାନୀ ଅଫିସିଆଲ ଭାବେ Redmi 13C ଲଞ୍ଚ କରିବାକୁ ଯାଉଛି । ଏହି ଫୋନକୁ ବିଶ୍ୱର ବିଭିନ୍ନ ବଜାରରେ ଲଞ୍ଚ କରାଯିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ଡେଟ ଘୋଷଣା କରିଛି । ସୂଚନା ଥାଉ କି ଏହି ଫୋନ୍ ଭାରତରେ ୬ ଡିସେମ୍ବରରେ ଲଞ୍ଚ ହେବ । କିନ୍ତୁ କେଉଁ ସମୟରେ ଲଞ୍ଚ ହେବ ତାକୁ ନେଇ କମ୍ପାନୀ ତରଫରୁ କିଛି ସୂଚନା ମିଳି ନାହିଁ ।

ଫିଚର୍ସ :
ଭାଇରାଲ ହୋଇଥିବା ଏକ ଲିକ୍ ଅନୁଯାୟୀ ଭାରତରେ ଲଞ୍ଚ ହେବାକୁ ଥିବା Redmi 13C ଅନ୍ୟ ଅଞ୍ଚଳରେ ବିକ୍ରି ହେଉଥିବା ଭାରିଆଣ୍ଟ ସହିତ ସମାନ ହେବ । ତେଣୁ ମୂଲ୍ୟ ବ୍ୟତୀତ ଫୋନ୍ ବିଷୟରେ ସବୁକିଛି ଜଣା ପଡିପାରେ । ଏହାର ଅର୍ଥ ହେଉଛି ହ୍ୟାଣ୍ଡସେଟରେ ୬.୭୪ -ଇଞ୍ଚ HD + ଡିସପ୍ଲେ (୧୬୦୦ x ୭୨୦ ପିକ୍ସେଲ) ରହିବ, ଯେଉଁଥିରେ ୨୬୦ PPI ରହିବ । ପ୍ୟାନେଲ ୯୦ Hz ରିଫ୍ରେସ ରେଟ୍‌ ଏବଂ ୬୦୦ ନିଟ୍ସର ପିକ୍‌ ବ୍ରାଇଟନେସକୁ ସପୋର୍ଟ କରିବ ।

ଦମଦାର ବ୍ୟାଟେରୀ :
ଡିଭାଇସରେ ଡୁଆଲ୍ ସିମ୍, ୪ ଜି, ଡୁଆଲ୍-ବ୍ୟାଣ୍ଡ ୱାଇଫାଇ, ବ୍ଲୁଟୁଥ୍ ୫.୩, ଜିଏନ୍ଏସ୍ଏସ୍ ଏବଂ USB ଟାଇପ୍-ସି ଭଳି ଅତ୍ୟାବଶ୍ୟକ କନେକ୍ଟିଭିଟି ଅପ୍ସନ ରହିବ । ଏଥିରେ ଏକ ମାଇକ୍ରୋ SD କାର୍ଡ ସ୍ଲଟ୍, ୩.୫ ମିମିର ହେଡଫୋନ୍ ଜ୍ୟାକ୍ ଏବଂ ସାଇଡ୍-ମାଉଣ୍ଟେଡ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ଅଛି । ଏହି ଫୋନରେ ୧୮W ଚାର୍ଜିଂ ସପୋର୍ଟ ସହିତ ୫୦୦୦mAh ବ୍ୟାଟେରୀ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.