Below header

ମାଲ୍ଯା ମାମଲାରେ ଛନ୍ଦି ହେଲେ ଅରୁଣ ଜେଟଲୀ

ନୂଆଦିଲ୍ଲୀ : ଲଣ୍ଡନରେ ଆତ୍ମଗୋପନ କରିଥିବା ଲିକର ବ୍ୟାରନ ବିଜୟ ମାଲ୍ୟା କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମାମଲାରେ ଛନ୍ଦିଛନ୍ତି । ଭାରତ ଛାଡିବା ପୂର୍ବରୁ ସେ ଜେଟଲୀଙ୍କୁ ଭେଟିଥିବା କହିଛନ୍ତି ବିଜୟ ମାଲ୍ୟା। ବ୍ୟାଙ୍କ ଋଣ ଅର୍ଥ ସେଟେଲମେଣ୍ଟ  ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଆପତ୍ତି ସଂପର୍କରେ କଥା ହୋଇଥିବା ସେ କହିଛନ୍ତି।

arun

୯ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଛନ୍ଦି ହୋଇଥିବା ମାଲ୍ୟାଙ୍କୁ ଲଣ୍ଡନରୁ ପ୍ରତ୍ୟାର୍ପଣ ନେଇ ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟର ଶୁଣାଣୀ ହୋଇଥିଲା। କୋର୍ଟରୁ ବାହାରିବା ପରେ ଏଭଳି ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି ମାଲ୍ୟା । ଗତ ମାର୍ଚ୍ଚ ୨୬ ତାରିଖରେ ମାଲ୍ୟା ଦେଶ ଛାଡିଥିଲେ । ଏହି ଘଟଣାରେସେ  ଜେଟଲୀଙ୍କୁ ଟାଣିବାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଭାରତକୁ ପ୍ରତ୍ୟାବର୍ତ୍ତନ ପରେ ମୁମ୍ବାଇ ଆର୍ଥର ରୋଡ ଜେଲର ବ୍ୟାରାକ ନମ୍ବର ୧୨ରେ ମାଲ୍ୟାଙ୍କୁ ରଖିବା ଆଜି କୋର୍ଟରେ ଶୁଣାଣି ହୋଇଥିଲା। ଭାରତୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜେଲର ସମସ୍ତ ଭିଡିଓ ଚିତ୍ର କୋର୍ଟରେ ଉପସ୍ଥାପନ କରାଯାଇଥିଲା ।

ତେବେ ଏହି  ଅଭିଯୋଗକୁ ମିଛ କହିଛନ୍ତି ଅରୁଣ ଜେଟଲୀ । ତାଙ୍କ କହିବା ଅନୁଯାୟୀ, ମାଲ୍ଯା ତାଙ୍କ ବିରୋଧରେ ମିଥ୍ଯା ଅାରୋପ ଲଗାଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.