Below header

ଘରେ ପଶି ନିଜ ପ୍ରେମିକା ଓ ତାଙ୍କ ମା’କୁ ହାଣିଲା ବିଫଳ ପ୍ରେମିକ, ଶେଷରେ ନିଜ ଜୀବନ ନେବାକୁ କଲା ଉଦ୍ୟମ

ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକାକୁ ପାଇବା ପାଇଁ ପ୍ରେମିକ କଲା ପାଗଳାମି । ପଦାରେ ପଡିଲା ବିଫଳ ପ୍ରେମିକର ବିଶୃଙ୍ଖଳିତ ଆଚରଣ । ପ୍ରେମିକାର ଘରେ ପଶି ଘଟାଇଲା ଏମିତି କାଣ୍ଡ ଯାହାକୁ ଭାବିଲେ ଥରିଉଠିବ ଛାତି ।

ତ୍ରିଚି: ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକାକୁ ପାଇବା ପାଇଁ ପ୍ରେମିକ କଲା ପାଗଳାମି । ପଦାରେ ପଡିଲା ବିଫଳ ପ୍ରେମିକର ବିଶୃଙ୍ଖଳିତ ଆଚରଣ । ପ୍ରେମିକାର ଘରେ ପଶି ଘଟାଇଲା ଏମିତି କାଣ୍ଡ ଯାହାକୁ ଭାବିଲେ ଥରିଉଠିବ ଛାତି । ୧୯ ବର୍ଷିୟ ଏକ ଯୁବକ ପ୍ରେମିକାର ଘର ଭିତରେ ପଶି ନିଜ ଗର୍ଲଫ୍ରେଣ୍ଡ ଏବଂ ତାଙ୍କ ମାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଖବର ଏବେ ଆଲୋଡନ ସୃଷ୍ଟି କରିଛି । ୧୯ ବର୍ଷିୟ ଏହି ଯୁବକ ଗତ ମଙ୍ଗଳବାର ଦିନ ତ୍ରିଚିର ସିରୁଗାନୁର ନିକଟ ଏକ ଗାଁରେ ନିଜର ୧୬ ବର୍ଷିୟ ପ୍ରେମିକା ଏବଂ ତାଙ୍କ ମାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା।

ପ୍ରେମିକାର ପରିବାର ଲୋକେ ବିବାହରେ ଅରାଜି ହେବାରୁ ପାଗଳ ପ୍ରେମିକ ଏକ ଧାରୁଆ ଅସ୍ତ୍ରରେ ପ୍ରେମିକା ଏବଂ ତାଙ୍କ ମାଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ତେବେ ଆକ୍ରମଣ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପେରମ୍ବାଲୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ଏପଟେ ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ଏଭଳି କାଣ୍ଡ ଘଟଣାଇ ସାରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତାକୁ ଉଦ୍ଧାର କରାଯାଇ ଗାନ୍ଧୀ ସ୍ମାରକୀ ସରକାରୀ ଡାକ୍ତରଖାନା ( MGMGH )ରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ସିରୁଗାନୁର ପୋଲିସ କହିଛି ଯେ ମୁସିରି ନିକଟ କୁଲୁରର କେ ଶାନମୁଗାମ ଏବଂ ଝିଅଟି ଯେତେବେଳେ ପଡଲୁରରେ ସ୍କୁଲରେ ପାଠ ପଢୁଥିଲେ ସେହି ସମୟରେ ପରସ୍ପରକୁ ପ୍ରେମ କରୁଥିଲେ। ତେବେ ପରିବାର ଲୋକେ ଅରାଜି ହେବାରୁ ଝିଅଟି ପରାମର୍ଶ କ୍ରମେ ଶାନମୁଗାମ ଠାରୁ ଦୂରତା ରହିବାକୁ ଚେଷ୍ଟା କରିଥିଲେ । ତେବେ ଗତ ମଙ୍ଗଳବାର ସକାଳେ ଶାନମୁଗାମ ଝିଅଟିର ଘରେ ପଶି ତାଙ୍କ ମା’ଙ୍କ ସହିତ ବିବାହ ପାଇଁ କଥାବର୍ତ୍ତା କରିଥିଲେ। ସେ ବିବାହ କରିବାକୁ ମନା କରିବାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା ଯାହା ଗାଳିଗୁଲଜରେ ଯାଇ ପହଁଚିଥିଲା। । ଏହାପରେ ଶାନମୁଗାମ ରାଗରେ ନିୟନ୍ତ୍ରଣ ଏରାଇ ଉଭୟ ମା ଝିଅଙ୍କୁ ଏକଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ।

ଏହି ଆକ୍ରମଣରେ ୩୮ ବର୍ଷିୟ ମହିଳା ଏବଂ ତାଙ୍କ ଝିଅର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ, ଝିଅଟିର ଡାହାଣ ଆଙ୍ଗୁଠିରେ ଆଘାତ ଲାଗିଛି। ନାବାଳିକାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଶାନମୁଗାମଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି । ଏହାସହ ମହିଳାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ମଧ୍ଯ ଅଭିଯୋଗ ହୋଇଛି। ଏପଟେ ଶାନମୁଗାମ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିବା ସହିତ କିଛି ମାସ ପୂର୍ବରୁ କିଶୋର ଅବସ୍ଥାରେ ଦୁଇଟି ହତ୍ୟା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ଶାନମୁଗାମ ନିକଟରେ ଜାମିନରେ ଆସିଥିବା ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.