ବନ୍ଧା ହେଲେ ରସିକିଆ ହାବିଲଦାର, ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଅଭିଯୋଗ
SOG ହାବିଲଦାରଙ୍କ କଳଙ୍କିତ କାରନାମା। ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି। ଏହାପରେ ଚନ୍ଦକା SOG କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ।

ଭୁବନେଶ୍ୱର (କେନ୍ୟୁଜ): SOG ହାବିଲଦାରଙ୍କ କଳଙ୍କିତ କାରନାମା। ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପ୍ରଥମେ ଶାରୀରିକ ସମ୍ପର୍କ ପରେ ବାରମ୍ବାର ଗର୍ଭପାତ ଅଭିଯୋଗ ହୋଇଛି। ଏହାପରେ ଚନ୍ଦକା SOG କ୍ୟାମ୍ପର ହାବିଲଦାର ପ୍ରେମସାଗର ବାରାଙ୍କୁ ବାନ୍ଧିଲା ପୋଲିସ।
ସୂଚନା ଅନୁସାରେ , ଦୀର୍ଘ 8ବର୍ଷ ହେବ ଅଧ୍ୟାପିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା ପ୍ରେମ ସାଗର। ରେଣ୍ଟାଲ କଲୋନୀରେ ଦୁହେଁ ୮ ବର୍ଷ ହେବ ଏକାଠି ରହି ଆସୁଥିଲେ। ଅଧ୍ୟାପିକା ଜଣଙ୍କ ବିବାହ ପାଇ କହିବାରୁ ପ୍ରେମ ସାଗର ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। ପରେ ମହିଳା ଥାନାରେ ଅଭିଯୋଗ ପରେ ପ୍ରେମ ସାଗରକୁ ବାନ୍ଧିଛି ମହିଳା ଥାନା ପୋଲିସ। ଖାଲି ଅଧ୍ୟାପିକା ନୁହଁନ୍ତି ଅନେକ ଝିଅ ଙ୍କ ସହ ସମ୍ପର୍କ ଥିବା ନେଇ ଥାନାରେ ହୋଇଛି ଅଭିଯୋଗ