Below header

ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ, ସୂଚନା ଦେଲେ ମନ୍ତ୍ରୀ ସୁଦାମ ମାର୍ଣ୍ଡି

କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଜନଜାତିଙ୍କ ଜମି ବିକ୍ରି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଲେ। ୧୪ ତାରିଖରେ କ୍ୟାବିନେଟର ଏ ନିଷ୍ପତ୍ତି ହୋଇଥିଲା। ଜନଜାତି ବ୍ୟକ୍ତି ସର୍ବସାଧାରଣଙ୍କୁ ଜମି ବିକ୍ରି ଓ ବନ୍ଧକ ରଖିପାରିବେ। କିନ୍ତୁ ଏହା ଉପରେ ରୋକ ଲଗାଇଛନ୍ତି ସରକାର।

ଭୁବନେଶ୍ୱର (କେନ୍ୟୁଜ): କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଜନଜାତିଙ୍କ ଜମି ବିକ୍ରି ସମ୍ପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଲେ। ୧୪ ତାରିଖରେ କ୍ୟାବିନେଟର ଏ ନିଷ୍ପତ୍ତି ହୋଇଥିଲା। ଜନଜାତି ବ୍ୟକ୍ତି ସର୍ବସାଧାରଣଙ୍କୁ ଜମି ବିକ୍ରି ଓ ବନ୍ଧକ ରଖିପାରିବେ। କିନ୍ତୁ ଏହା ଉପରେ ରୋକ ଲଗାଇଛନ୍ତି ସରକାର। ସୂଚନା ଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି।

 

ସୂଚନା ଅନୁସାରେ, ନଭେମ୍ବର ୧୪ ତାରିଖରେ ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର କରିବା ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଆଦିବାସୀ ଜମି ହସ୍ତାନ୍ତର ପାଇଁ ଆଇନରେ ସଂଶୋଧ ହୋଇଥିଲା । ଯାହାଦ୍ୱାରା ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚଶିକ୍ଷା, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । ଏନେଇ କ୍ୟାବିନେଟ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ତେଜିଥିଲା ରାଜନୀତି । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ବିରୋଧ କରାଯାଇଥିଲା । ବିବାଦ ବଢିବା ପରେ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଜମି ହସ୍ତାନ୍ତର କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ନୂଆ ନିଷ୍ପତ୍ତିକୁ ନେଇ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଜାରି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.