ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନରେ ପୁଣି ଚାଲିବ ରୋପ୍ ୱେ, ଆଜି ହେବ ଉଦଘାଟନ

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନରେ ରୋପ ୱେର ମଜା ନେବେ। ଆଜି ଅପରାହ୍ନରେ ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆଜି ଉଦଘାଟନ ପରେ ଆସନ୍ତାକାଲିଠୁ ରୋପ ୱେରେ ବସି ପର୍ଯ୍ୟଟକ ବୁଲିପାରିବେ।

ଭୁବନେଶ୍ୱର (କେନ୍ୟୁଜ): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ନନ୍ଦନକାନନରେ ରୋପ ୱେର ମଜା ନେବେ। ଆଜି ଅପରାହ୍ନରେ ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଆଜି ଉଦଘାଟନ ପରେ ଆସନ୍ତାକାଲିଠୁ ରୋପ ୱେରେ ବସି ପର୍ଯ୍ୟଟକ ବୁଲିପାରିବେ। ଦୀର୍ଘ ବର୍ଷ ହେବ ଏହା ଅଚଳ ହୋଇପଡ଼ିଥିଲା। ପରେ ପୁଣି ଥରେ ଏହାର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। ରୋପ ୱେ ଦ୍ବାରା ପର୍ଯ୍ୟଟକମାନେ ନନ୍ଦନକାନନ ପ୍ରାଣୀ ଉଦ୍ଯାନରୁ ଉଦ୍ଭିଦ ଉଦ୍ୟାନକୁ ଯାତ୍ରା କରିପାରିବେ।

ସେପଟେ ଏହି ରୋପ୍‌ ଓ୍ବେର ପୁନଃ କାର୍ଯ୍ୟକାରୀ ହେବା ଦ୍ବାରା ପର୍ଯ୍ୟଟଙ୍କ ସମାବେଶ ବଢ଼ିବା ନେଇ ଅନୁମାନ କରଯାଉଛି। ଆଗକୁ ନୂଆବର୍ଷ ମଧ୍ୟ ଆସୁଛି। ଏମିତିରେ ଏହା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ନେଇ ଆଶା କରାଯାଉଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.