ନା ମିଳୁଛି ଔଷଧ ନା ଅଛନ୍ତି ପ୍ରାଣୀଧନ ନିରୀକ୍ଷକ: ଚିକିତ୍ସା ନପାଇ ଯାଉଛି ନିରୀହ ପଶୁପକ୍ଷୀଙ୍କ ଜୀବନ

କହିବାକୁ ଗଲେ ନାହିଁ ନାହିଁ ରେ ଚାଲିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର। ଯାହାକୁ ନେଇ ଗୋପାଳନକାରୀ ଚାଷୀ ମାନେ ଏବେ ଚିନ୍ତାରେ। କେମିତି କରିବେ ଗୋପାଳନ ଆଉ କିଭଳି ରକ୍ଷା କରିବେ ପଶୁଧନ।

ସାଲେପୁର(କେନ୍ୟୁଜ୍): ନା ମିଳୁଛି ଔଷଧ ନା ଅଛନ୍ତି ପ୍ରାଣୀଧନ ନିରୀକ୍ଷକ । ଚିକିତ୍ସା ଅବହେଳାରୁ ଯାଉଛି ନିରୀହ ପଶୁପକ୍ଷୀଙ୍କ ଜୀବନ । କହିବାକୁ ଗଲେ ନାହିଁ ନାହିଁ ରେ ଚାଲିଛି ପ୍ରାଣୀ ଚିକିତ୍ସା କେନ୍ଦ୍ର। ଯାହାକୁ ନେଇ ଗୋପାଳନକାରୀ ଚାଷୀ ମାନେ ଏବେ ଚିନ୍ତାରେ। କେମିତି କରିବେ ଗୋପାଳନ ଆଉ କିଭଳି ରକ୍ଷା କରିବେ ପଶୁଧନ।

ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ । ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଏହି ବ୍ଲକ୍ ର ୪୧ ଟି ପଂଚାୟତ ର ଗୋ-ଚାଷୀ, ଛେଳି ଚାଷୀ ଏବଂ କୁକୁଡ଼ା ଚାଷୀ ମାନେ ନିର୍ଭର କରିଥାନ୍ତି । ହଜାର ଗୋରୁ ଗାଈ , ଛେଳି, ମେଣ୍ଢା କୁକୁଡା ଙ୍କ ଜୀବନ ଏହି ପ୍ରାଣୀ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର । କିନ୍ତୁ ଏଠାରେ ମିଳୁନାହିଁ ସୁଚିକିତ୍ସା କିମ୍ବା ଆବଶ୍ୟକୀୟ ଔଷଧ ।

ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଗୋରୁଗାଈଙ୍କ ଚିକିତ୍ସା ପାଇଁ ୨୦ ଟି ପ୍ରାଣୀଧନ ନିରୀକ୍ଷକଙ୍କ ପଦବୀ ସରକାରୀ ପ୍ରାବଧାନ ଥିବାବେଳେ ଅଛନ୍ତି ମାତ୍ର ୧୨ ଜଣ । ତେଣୁ ସଠିକ୍ ସମୟ ରେ ସଠିକ୍ ଚିକିତ୍ସା ନପାଇବାରୁ ମୃତ୍ୟୁ ବରଣ କରୁଛନ୍ତି ଗାଈଗୋରୁ, ଛେଳି ଓ ମେଣ୍ଢା । ତେଣୁ ପଶୁଧନ ଚିକିତ୍ସାରେ ବାଧକ ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ଗୋ-ଚାଷୀ ।

ଗୋରୁଗାଈ ,ଛେଳି, ମେଣ୍ଢା, ମଇଁଷି ଓ ଅନ୍ୟ ପଶୁପକ୍ଷୀଙ୍କ ପାଇଁ ସରକାର ଯୋଗାଉଥିବା ବେଳେ ମାଗଣା ଔଷଧ ଓ ଇଞ୍ଜେକ୍ସନ ଏଠାରେ ମିଳେନାହିଁ ବୋଲି ଅଭିଯୋଗ କରିଛନ୍ତି ଗୋପାଳନକାରି ଚାଷୀ । ଫଳରେ ଚଢ଼ା ଦରରେ ଏଠୁସେଠୁ ଔଷଧ କିଣି ନାହିଁ ନଥିବା ଖର୍ଚ୍ଚାନ୍ତ ହେଉଛନ୍ତି ଚାଷୀ । ଏହି ସବୁ ଅସୁବିଧା ପାଇଁ ଦିନ କୁ ଦିନ ଗୋରୁଗାଈଙ୍କୁ ପାଳନକରି ଜୀବନ ନିର୍ବାହ କରୁଥିବା ଗୋ-ଚାଷୀ ଏବେ ଏଥିରୁ ବିମୁଖ ହେବାକୁ ବସିଲାଣି। ବ୍ଲକ୍ ପଶୁଧନ ଚିକିତ୍ସାଧିକାରୀ ଏସବୁ ଅସୁବିଧା କଥା ଉପରିସ୍ଥ କତୃପକ୍ଷ ଙ୍କୁ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋୖଣସି ସୁଫଳ ମିଳି ନଥିବା କଥା ପ୍ରତିକ୍ରିୟା ରେ କହିଛନ୍ତି।

କଥା କହି ପାରୁନଥିବା ମୁକ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଅଭିଜ୍ଞ ଡାକ୍ତର, ଏବଂ ସରକାରୀ ସ୍ବୀକୃତି ପ୍ରାପ୍ତ ଔଷଧର ଆବଶ୍ୟକତା ଥିବା ବେଳେ ଏଭଳି ଅବ୍ୟବସ୍ଥା ରେ ଚାଲିଛି ଏହି ବ୍ଲକ୍ ପ୍ରାଣୀ ଚିକିତ୍ସାଳୟ। ତେବେ କେବେ ସରକାର ଏହି ପ୍ରାଣୀ ଚିକିତ୍ସାଳୟର ଅସୁବିଧା ଦୂର କରୁଛନ୍ତିି ଆଉ କେବେ ମିଳୁଛି ସରକାରୀ ଚିକିତ୍ସା ସେବା ଗୋରୁଗାଈ, ଛେଳି, ମେଣ୍ଢା ଓ ମହିଁଷି ଙ୍କୁ, ତାହା ଦେଖିବାକୁ ବାକି ରହିଲା।

 

You might also like