Below header

ଦେବୀ କୋପ କଲେ ବୋଲି ଭୁସୁଡ଼ିଲା ଉତ୍ତରାଖଣ୍ଡ ଟନେଲ, ୫ ଦିନ ହେବ ଚାଲିଛି ରେସ୍କ୍ୟୁ ଅପରେସନ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ଭୂସ୍ଖଳନ ହୋଇ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ଆଜିକୁ ୫ ଦିନ ହେବ ଚାଲିଛି ରେସ୍କ୍ୟୁ ଅପରେସନ, ହେଲେ ମିଳୁନି କୌଣସି ସଫଳତା । ଏବେ ନିକଟରେ ଥିବା ଗ୍ରାମବାସୀ ଏହାକୁ 'ଦେବତାଙ୍କ କ୍ରୋଧ' ବୋଲି କହିଛନ୍ତି । ଗ୍ରାମବାସୀ ବିଶ୍ୱାସ କରନ୍ତି ଯଦି ଦେବତା ଶାନ୍ତ ନ ହୁଅନ୍ତି, ତେବେ ଏହି ରେସ୍କ୍ୟୁ ଅପରେସନ କେବେ ବି ସଫଳ ହେବ ନାହିଁ ।

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ଭୂସ୍ଖଳନ ହୋଇ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ଆଜିକୁ ୫ ଦିନ ହେବ ଚାଲିଛି ରେସ୍କ୍ୟୁ ଅପରେସନ, ହେଲେ ମିଳୁନି କୌଣସି ସଫଳତା । ଯମୁନୋତ୍ରି ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ଅଧୀନରେ ସିଲ୍କୟାରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ଏହି ଟନେଲ ନିର୍ମାଣ କରାଯାଉଥିଲା । ସେହି ସମୟରେ ଭୁଶୁଡି ପଡିଥିଲା ନିର୍ମାଣଧୀନ ଟନେଲର ଏକ ଅଂଶ । ଏବେ ନିକଟରେ ଥିବା ଗ୍ରାମବାସୀ ଏହାକୁ ‘ଦେବତାଙ୍କ କ୍ରୋଧ’ ବୋଲି କହିଛନ୍ତି । ଗ୍ରାମବାସୀ ବିଶ୍ୱାସ କରନ୍ତି ଯଦି ଦେବତା ଶାନ୍ତ ନ ହୁଅନ୍ତି, ତେବେ ଏହି ରେସ୍କ୍ୟୁ ଅପରେସନ କେବେ ବି ସଫଳ ହେବ ନାହିଁ । ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ସିଲ୍କୟାରାର ଜଣେ ୪୧ ବର୍ଷୀୟ ବାସିନ୍ଦା କହିଛନ୍ତି ଯେ ଏହି ଟନେଲ ପ୍ରୋଜେକ୍ଟ ଆରମ୍ଭ ହେବା ପୂର୍ବରୁ ସେଠାରେ ଏକ ଛୋଟ ମନ୍ଦିର ନିର୍ମାଣ କରାଯାଇଥିଲା ।

ଅଧିକାରୀ ଓ ଶ୍ରମିକମାନେ ଦିନର କାମ ଆରମ୍ଭ ହେବା ପୂର୍ବରୁ ଏହି ମନ୍ଦିରରେ ପ୍ରାର୍ଥନା କରୁଥିଲେ । କିଛି ଦିନ ପୂର୍ବରୁ କମ୍ପାନୀ ନୂଆ ମ୍ୟାନେଜମେଣ୍ଟ ଆଣିଥିଲା ଏବଂ ସେମାନେ ଏହି ମନ୍ଦିରକୁ ଭାଙ୍ଗି ଦେଇଥିଲେ ଯାହାର ଫଳ ସ୍ୱରୂପ ଏହି ଦୁର୍ଘଟଣା ଘଟିଛି । ଗ୍ରାମବାସୀମାନେ କମ୍ପାନୀର ଅଧିକାରୀମାନଙ୍କୁ ଏହି ମନ୍ଦିରର କୌଣସି କ୍ଷତି କରିବା ପୂର୍ବରୁ ଏହା ନିକଟରେ ଏକ ନୂତନ ମନ୍ଦିର ନିର୍ମାଣ କରିବାକୁ ମଧ୍ୟ କହିଥିଲେ । କିନ୍ତୁ ଅଧିକାରୀମାନେ ଏହାକୁ ଅନ୍ଧବିଶ୍ୱାସ ଭାବି ଗ୍ରାମବାସୀଙ୍କ କଥାକୁ ଅଣଦେଖା କରିଥିଲେ । ଅନ୍ୟ ଜଣେ ଗ୍ରାମବାସୀ କହିଛନ୍ତି, ପୂର୍ବରୁ ମଧ୍ୟ ଏହି ଟନେଲରେ ଏଭଳି ଭୂସ୍ଖଳନ ହୋଇଛି କିନ୍ତୁ ଜଣେ ମଧ୍ୟ ଶ୍ରମିକଙ୍କର କିଛି ବି କ୍ଷତି ହୋଇନି, କାରଣ ସେମାନେ ଏହି ମନ୍ଦିରରେ ପୂଜା କରି କାମ ଆରମ୍ଭ କରନ୍ତି ।

ଭୂଖନାଗ ଦେବତାଙ୍କର ଜଣେ ପୂଜକ କହିଛନ୍ତି, ଈଶ୍ୱରଙ୍କ ସ୍ଥାନରେ ହସ୍ତକ୍ଷେପ କରିବାରୁ ଏହି ଦୁର୍ଘଟଣା ଘଟିଛି । ଉତ୍ତରାଖଣ୍ଡ ଦେବଭୂମି ଭାବରେ ଜଣାଶୁଣା । ଏହି ସ୍ଥାନରେ କୌଣସି ବ୍ରିଜ, ରୋଡ଼ କିମ୍ବା ଟନେଲ ନିର୍ମାଣ କରିବା ପୂର୍ବରୁ ନିକଟରେ ଏକ ଛୋଟ ମନ୍ଦିର ନିର୍ମାଣ କରି ସେହି ଦେବୀ ଦେବତାଙ୍କ ଆଶୀର୍ବାଦ ନେବାର ପରମ୍ପରା ରହିଛି । କିନ୍ତୁ କମ୍ପାନୀ ଏହି ପରମ୍ପରାକୁ ଅଣଦେଖା କରିଥିଲା । ଏବେ ଅନ୍ୟ ଏକ ନୂତନ ମନ୍ଦିର ନିର୍ମାଣ ହେବା ଆବଶ୍ୟକ । ଥରେ ଦେବତା ପ୍ରସନ୍ନ ହେଲେ ଏହି ରେକ୍ୟୁ ଅପରେସନ ସଫଳ ହେବ ବୋଲି ପୂଜକ କହିଛନ୍ତି ।

ଜୁନ ୨୦୧୩ରେ ଅଲକାନନ୍ଦ ହାଇଡ୍ରୋ ଇଲେକ୍ଟ୍ରିକ ପାୱାର ପ୍ଲାଣ୍ଟ ନିର୍ମାଣ ସମୟରେ ମଧ୍ୟ ଏହା ସମ୍ପୂର୍ଣ୍ଣ ରୂପରେ ଜଳମଗ୍ନ ହୋଇଯାଇଥିଲା । କାରଣ କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀର ରକ୍ଷକ ଦେବୀ ଧାରୀଙ୍କୁ ଏହି ଅନ୍ୟ ଏକ ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା । ତେଣୁ କେଦାରନାଥରେ ଭୟଙ୍କର ବନ୍ୟା ପରିସ୍ଥିତି ଘଟି ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ନିଜ ସ୍ଥାନରୁ ଦେବୀ ମା’ଙ୍କୁ ଉଠାଇଥିବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି । କୌତୁହଳର ବିଷୟ ସେପ୍ଟେମ୍ବର ୨୦୧୩ରେ ସୁଷମା ସ୍ୱରାଜଙ୍କ ଭକି ନେତାମାନେ ଏହି ପ୍ରସଙ୍ଗ ପାର୍ଲିଆମେଣ୍ଟରେ ଉଠାଇଥିଲେ । ସାତ ଦିନର ନିରନ୍ତର ପ୍ରାର୍ଥନା ପରେ ଚଳିତ ବର୍ଷ ପ୍ରାରମ୍ଭରେ ରୁଦ୍ରପ୍ରୟାଗ ନିକଟ ଅଳକାନନ୍ଦ ମଝିରେ ଏହି ମୂର୍ତ୍ତିକୁ ପୁଣିଥରେ ନିଜ ସ୍ଥାନରେ ସ୍ଥାପନା କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.