Below header

ବଙ୍ଗୋପସାଗରରେ ବାତ୍ୟା ମିଧିଲି’, ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ କରୁଛି ଗତି

ବଙ୍ଗୋପସାଗରରେ ବାତ୍ୟା । ଗଭୀର ଅବପାତ ଆଜି ନେଇଛି ବାତ୍ୟା ‘ମିଧିଲି’ର ରୂପ । ବାତ୍ୟା ମିଧିଲି ଏବେ ବଙ୍ଗୋପସାଗରରେ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କେବଳ ହାଲୁକା ବର୍ଷା ହେବ ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା । ଗଭୀର ଅବପାତ ଆଜି ନେଇଛି ବାତ୍ୟା ‘ମିଧିଲି’ର ରୂପ । ବାତ୍ୟା ମିଧିଲି ଏବେ ବଙ୍ଗୋପସାଗରରେ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ବାଂଲାଦେଶ ଉପକୂଳ ମୁହାଁ ହେଉଛି ମିଧିଲି। ଏବେ ପାରାଦୀପ ଉପକୂଳରୁ ୧୯୦ କିଲୋମିଟର ପୂର୍ବ ଓ ୨୦୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ଅଛି ବାତ୍ୟା।

ବାତ୍ୟା ମୀଧିଲି ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି ଜାରି ରଖିବ । ଆଜି ରାତି କିମ୍ବା ଆସନ୍ତାକାଲି ଭୋର୍ ସମୟର ବାତ୍ୟା ବାଂଲାଦେଶ ଉପକୂଳର ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଓ ବଢ଼ି ୮୦ କିଲୋମିଟର ଛୁଇଁପାରେ । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କେବଳ ହାଲୁକା ବର୍ଷା ହେବ । ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.