Below header

ଧ୍ବଂସ ଟନେଲ ଭିତରୁ ଆସିଲା ପ୍ରଥମ ବାର୍ତ୍ତା, ଏପଟେ ଜଳାଭିଷେକ କଲେ ପରିବାର ଲୋକ

ଏପଟେ ଦିନ ପରେ ଦିନ ବିତି ୫ଦିନ ହେଲାଣି । ନା କେହି ଆସିପାରୁଛନ୍ତି ନା ସେମାନଙ୍କ ପାଖରେ କେହି ପହଁଚିପାରୁଛନ୍ତି । ଏମିତିରେ ନିଜର ଦୁଇ ଛୁଆଙ୍କୁ ଧରି କିପରି ବଞ୍ଚିବେ ଏହିପରି କିଛି କଥା କହି କୋହଭରା କଣ୍ଠରେ କାନ୍ଦୁଛନ୍ତି ଫସିଥିବା ଓଡିଆ ଶ୍ରମିକ ବିଶ୍ୱେଶ୍ୱର ନାଏକଙ୍କ ସ୍ତ୍ରୀ ସୁକାନ୍ତି ନାଏକ ।

ଧ୍ବଂସ ଟନେଲ ଭିତରୁ ଓଡ଼ିଆରେ କହିଲେ ଶ୍ରମିକ। ଟନେଲ ଭିତରୁ ଶୁଭିଲା ଓଡ଼ିଆ ଶ୍ରମିକଙ୍କ ସ୍ବର। ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ଆସିଲା ପ୍ରଥମ ବାର୍ତ୍ତା। ଉତ୍ତରକାଶୀରେ ପହଞ୍ଚି ଉପଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ ଟନେଲରେ ଫସି ରହିଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସହ କଥା ହୋଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ଉପଶ୍ରମ ଅଧିକାରୀ। ଟନେଲ ଭିତରେ ୪୦ ଜଣ ଶ୍ରମିକ ଫିସି ରହିଥିବା ବେଳେ ତା ଭିତରେ ଅଛନ୍ତି ୫ ଜଣ ଓଡ଼ିଆ ଶ୍ରମିକ।

ସେଦିନ ଥିଲା ଶୁଭ ଦୀପାବଳି । ଗତ ୧୨ ତାରିଖର ସେହି କାଳ ରାତ୍ରୀ । ହେଲେ ଏହି ଶୁଭ ଅବସରରେ ଘଟିଗଲା ଅଘଟଣ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ଟନେଲରେ ଭୂସ୍ଖଳନ ହୋଇ ୪୦ ଜଣ ଶ୍ରମିକ ଫସି ରହିଯାଇଥିଲେ । ଯମୁନୋତ୍ରି ଜାତୀୟ ରାଜପଥରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏହା ଅଧୀନରେ ସିଲ୍କିରା ଠାରୁ ଡାଣ୍ଡାଲଗାଓଁ ପର୍ଯ୍ୟନ୍ତ ଏକ ଟନେଲ ମଧ୍ୟ ନିର୍ମାଣ କରାଯାଉଛି । ତେବେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ହଠାତ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲର ଏକ ଅଂଶ । ଚାହୁଁ ଚାହୁଁ ଟନେଲ ଭିତରେ ଫସି ଗଲେ ୪୦ ଶ୍ରମିକ । କେମିତି ବାହାରିବେ କଣ କରିବେ କିଛି ବୁଝି ହେଲାନି ।

tunnel

ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କରିବା ପାଇଁ ବାହାରି ପଡ଼ିଲେ । ଯାହାର ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ସବୁଠାରୁ ବଡ଼ କଥା ହେଉଛି ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ଆସିଲା ପ୍ରଥମ ବାର୍ତ୍ତା। ପରିବାର ଲୋକଙ୍କୁ ମୟୂରଭଂଜର ଓଡିଆ ଶ୍ରମିକ ଧୀରେନ୍ ନାଏକ ଟନେଲ୍ ଭିତରୁ ବାର୍ତ୍ତା ଛାଡ଼ିଛନ୍ତି । ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଥିବା କହିଛନ୍ତି ଧୀରେନ୍ । ଏପଟେ ପରିବାର ଲୋକେ ଧର୍ଯ୍ୟ ନହରାଇବାକୁ କହୁଛନ୍ତି ।

ତେବେ ଟନେଲ୍ ଧ୍ବଂସାବଶେଷ ତଳେ ଫସିଥିବା ଶ୍ରମିକଙ୍କ ଭିତରେ ଥିବା ଓଡ଼ିଶାର ୫ଜଣଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ଜଣ, ନବରଙ୍ଗପୁର ଜଣେ ନବରଙ୍ଗପୁର ଓ ଅନ୍ୟ ଜଣେ ଶଙ୍କର୍ଷଣପୁରର। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ଶ୍ରମ ବିଭାଗ ଉତ୍ତରାଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି।

ଏପଟେ ଦିନ ପରେ ଦିନ ବିତି ୫ଦିନ ହେଲାଣି । ନା କେହି ଆସିପାରୁଛନ୍ତି ନା ସେମାନଙ୍କ ପାଖରେ କେହି ପହଁଚିପାରୁଛନ୍ତି । ଏମିତିରେ ନିଜର ଦୁଇ ଛୁଆଙ୍କୁ ଧରି କିପରି ବଞ୍ଚିବେ ଏହିପରି କିଛି କଥା କହି କୋହଭରା କଣ୍ଠରେ କାନ୍ଦୁଛନ୍ତି ଫସିଥିବା ଓଡିଆ ଶ୍ରମିକ ବିଶ୍ୱେଶ୍ୱର ନାଏକଙ୍କ ସ୍ତ୍ରୀ ସୁକାନ୍ତି ନାଏକ । ସ୍ତ୍ରୀଠୁ ଆରମ୍ଭ କରି ବନ୍ଧୁବାନ୍ଧବ ସମସ୍ତେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଏପରିକି ସମସ୍ତଙ୍କ ମନ ଆଶା ଆଶଙ୍କାରେ । ମାଟିରେ ଫଶି ହୋଇ ରହିଥିବା ସ୍ୱାମୀ କେବେ ସୁରକ୍ଷିତ ଘରକୁ ଫେରିବ । ଏବେ ଭଗବାନ ଏକମାତ୍ର ଭରସା । ବିଶ୍ୱେଶ୍ୱରଙ୍କ ଶୁଭ ମନାସି ବାବା ଝାଡେଶ୍ବରଙ୍କ ନିକଟରେ ଶରଣ ପଶିଛନ୍ତି ସ୍ତ୍ରୀ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ । ବିଶ୍ୱେଶ୍ୱର ନାଏକଙ୍କ ପତ୍ନୀ, ସମ୍ପର୍କୀୟ ଗାଁ ଶିବ ମନ୍ଦିରରେ ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

ସୂଚନା ଥାଉକି, ଫସିରହିଥିବା ଶ୍ରମିକଙ୍କ ପାଖକୁ ସ୍ୱତନ୍ତ୍ର ପାଇପ୍ ଯୋଗେ ଖାଦ୍ୟ, ପାନୀୟ ସହ ନିରନ୍ତର ଅକ୍ସିଜେନ୍ ସପ୍ଲାଏ ଜାରି ରହିଛି। ଟନେଲ୍ ଭିତରେ ଧସିଥିବା ପ୍ରାୟ ୫୦ ମିଟର ଓସାରର ମାଟି ଖୋଳି ଶ୍ରମିକଙ୍କ ପାଖରେ ପହଞ୍ଚିବା ଉଦ୍ୟମରେ ଲାଗିପଡ଼ିଛନ୍ତି ଏକାଧିକ ଏଜେନ୍ସିର ବିଶେଷଜ୍ଞ ଟିମ୍ । ଫଶିରହିଥିବା ଶ୍ରମିକଙ୍କ ଭିତରେ ୫ ଓଡ଼ିଆ ଥିବା ଜଣାପଡ଼ିବା ପରେ, ନିଜ ପ୍ରିୟଜନଙ୍କ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.