ମର୍ମନ୍ତୁଦ ଦୁର୍ଘଟଣା : ମାଡିଗଲା ଟ୍ରକ ୩ ମୃତ, ଜଣେ ଗୁରୁତର

ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ମର୍ମନ୍ତୁଦ ଦୁର୍ଘଟଣା। ମାଡିଗଲା ଟ୍ରକ, ୩ ମୃତ। ତେବେ ଏହି ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି ।

ରେଢାଖୋଲ (କେନ୍ୟୁଜ): ମାଡିଗଲା ଟ୍ରକ, ୩ ମୃତ। ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ମର୍ମନ୍ତୁଦ ଦୁର୍ଘଟଣା। ବସ୍ ଖରାପ ହେବା ଯୋଗୁଁ ଯାତ୍ରୀମାନେ ତଳକୁ ଓହ୍ଲାଇ ଛିଡ଼ା ହୋଇଥିଲେ। ଏହି ସମୟରେ ଟ୍ରକଟି ହଠାତ୍ ପଛପଟୁ ଦ୍ରୁତ ଗତିରେ ଆସି ୪ ଜଣ ଯାତ୍ରୀଙ୍କ ଉପରେ ଚଢି ଯାଇଥିଲା।

ଫଳରେ ଘଟଣାସ୍ଥଳରେ ୩ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ମୃତକ ମାନେ ହେଲେ ସୁନ୍ଦରଗଡ଼ର ଆନନ୍ଦ ପ୍ରଧାନ, ଝାରସୁଗୁଡା ନୟନ ନାଏକ ଓ ଘନଶ୍ୟାମ ବାରିକ । ଗୁରୁତର ତ୍ରିଲୋଚନ ନାଏକଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ବସଟି ସୁନ୍ଦରଗଡ଼ରୁ ଭୁବନେଶ୍ବର ଯିବାବେଳେ ଏହି ଅଘଟଣ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.