Below header

ଶୋଇଥିଲେ ମା’ ଛୁଆ, ତଣ୍ଟି ଚିପି ମାରିଦେଲା ବାପା

ଜହ୍ଲାଦ ସାଜିଲା ସ୍ୱାମୀ । ସନ୍ଦେହର ବଶବର୍ତ୍ତୀ ହୋଇ ଘଟାଇଲା ନାରକୀୟ କାଣ୍ଡ। ଭୁଲିଗଲା ରକ୍ତ ସମ୍ପର୍କ। ନିଜ ରକ୍ତର ସନ୍ତାନକୁ ବି ଛାଡ଼ିଲାନି। ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହ କରି ଅନ୍ଧ ହୋଇଗଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଛତିଶଗଡ଼ ବିଳାସପୁର ଜିଲ୍ଲାରୁ ସାମ୍ନାକୁ ଆସିଛି।

ଛତିଶଗଡ଼ : ଜହ୍ଲାଦ ସାଜିଲା ସ୍ୱାମୀ । ସନ୍ଦେହର ବଶବର୍ତ୍ତୀ ହୋଇ ଘଟାଇଲା ନାରକୀୟ କାଣ୍ଡ। ଭୁଲିଗଲା ରକ୍ତ ସମ୍ପର୍କ। ନିଜ ରକ୍ତର ସନ୍ତାନକୁ ବି ଛାଡ଼ିଲାନି। ସ୍ତ୍ରୀର ପରକୀୟା ପ୍ରୀତି ସନ୍ଦେହ କରି ଅନ୍ଧ ହୋଇଗଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଛତିଶଗଡ଼ ବିଳାସପୁର ଜିଲ୍ଲାରୁ ସାମ୍ନାକୁ ଆସିଛି।

ପରକୀୟା ପ୍ରୀତି ସନ୍ଦେହରେ ଜଣେ ସ୍ୱାମୀ ତାର ସ୍ତ୍ରୀ ଏବଂ ୩ ଛୁଆର ତଣ୍ଟି ଚିପି ହତ୍ୟା କରିଛି । ଛତିଶଗଡ଼ ବିଲାସପୁର ଜିଲ୍ଲାର ୩୪ ବର୍ଷୀୟ ବ୍ୟକ୍ତି ପରକୀୟା ପ୍ରୀତି ସନ୍ଦେହରେ ଏଭଳି କାଣ୍ଡ ଘଟାଇଛି । ସ୍ତ୍ରୀ, ଛୁଆ ଶୋଇଥିବା ଅବସ୍ଥାରେ ତାଙ୍କୁ ହତ୍ୟା କରିଛନ୍ତି ।

ତେବେ ପୋଲିସ କହିବାନୁଯାୟୀ, ଦୀର୍ଘ ଦିନ ହେବ ଉମେନ୍ଦ୍ର ନିଜ ସ୍ତ୍ରୀର ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ । ଏହି କଥାକୁ ନେଇ ଉମେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗିରହୁଥିଲା । ଏହି ଝଗଡ଼ା ଉଗ୍ରରୂପ ଧାରଣ କରି ହତ୍ୟାର ରୂପ ନେଇଥିଲା । ଆଜି ସ୍ତ୍ରୀ ଛୁଆ ଶୋଇଥିବା ବେଳେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ଉମେନ୍ଦ୍ର । ସବୁଠୁ ବଡ଼ କଥା ହେଉଛି ଅଭିଯୁକ୍ତ ଉମେନ୍ଦ୍ର ଏହି ଘଟଣା ଘଟାଇବା ପରେ ସେ ନିଜେ ଆତ୍ମହତ୍ୟା କରିବାକୁ ମଧ୍ୟ ବାହାରିଥିଲା । ହେଲେ ସେଥିରେ ସେ ଅସଫଳ ହୋଇଥିଲା। ଏନେଇ ପୋଲିସ ଏହି ମାମଲାରେ ଅଭିଯୁକ୍ତ ଉମେନ୍ଦ୍ରକୁ ଗିରଫ କରିବା ସହ ମୃତ ଦେହକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.