ବଜ୍ରଗିରି ପାହାଡ଼ ପାଦଦେଶରେ ଅଜଣା ଜନ୍ତୁର ଆତଙ୍କ, ସିସିଟିଭିରେ ଦୃଶ୍ୟ କଏଦ

ଗାଁରେ ବୁଲୁଛି ଅଜଣା ଜନ୍ତୁ। କିଏ କହୁଛି ହେଟା ବାଘ ତ ଆଉ କିଏ କହୁଛି ହୁଣ୍ଡା। ଏପରିକି କେହି କେହି ଗାଁ ଭିତରକୁ ବାଘ ପଶି ଆସିଥିବା ନେଇ କହିଛନ୍ତି।

ଯାଜପୁର : ଗାଁରେ ବୁଲୁଛି ଅଜଣା ଜନ୍ତୁ। କିଏ କହୁଛି ହେଟା ବାଘ ତ ଆଉ କିଏ କହୁଛି ହୁଣ୍ଡା। ଏପରିକି କେହି କେହି ଗାଁ ଭିତରକୁ ବାଘ ପଶି ଆସିଥିବା ନେଇ କହିଛନ୍ତି। ଯାହାକୁ ନେଇ ଲୋକେ ଆତଙ୍କିତ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତ ବଜ୍ରଗିରି ପାହାଡ଼ ପାଦଦେଶ ଓ ଏହାର ଆଖପାଖ ଗ୍ରାମରେ କିଛିଦିନ ହେବ ଅଜଣା ଜନ୍ତୁ ବୁଲୁଥିବାର ଲୋକେ ଦେଖିଥିଲେ।

ତେବେ ଗତକାଲି ରାତିରେ ପାହାଡ଼ ପାଦଦେଶରେ ଥିବା ନୂଆପଟଣା ଗାଁ ରାସ୍ତାରେ ଦୁଇଟି ଅଜଣା ଜନ୍ତୁ ଯିବାର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଗାଁର ରମେଶ ଚନ୍ଦ୍ର ବେହେରା ପାଖାପାଖି ରାତି ୩ଟା ସମୟରେ ବାହାରକୁ ଉଠିଥିବା ବେଳେ ଘର ପାଖ ରାସ୍ତା ଦେଇ ଦୁଇଟି ଜନ୍ତୁ ଅତିକ୍ରମ କଟିଥିଲେ। ଏହି ଦୃଶ୍ୟ ତାଙ୍କ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି। ଏକଥା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.