Below header

ରାଜ୍ଯ ଗ୍ରନ୍ଥାଗାରରେ ହରେକୃଷ୍ଣ ମହତାବଙ୍କ ୩୭ତମ ତିରୋଧାନ ଦିବସ ପାଳିତ

ରାଜ୍ୟ ଗ୍ରନ୍ଥାଗାରରେ ହରେକୃଷ୍ଣ ମହତାବଙ୍କ ୩୭ତମ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ୟ ଗ୍ରନ୍ଥାଗାରରେ ହରେକୃଷ୍ଣ ମହତାବଙ୍କ ୩୭ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତା କରିଥିଲେ । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ, ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ସଚିବ ଶ୍ରୀମତୀ ଅତସୀ ଦାସ, ଅନୁଶାସନ ସଚିବ ସୁଶ୍ରୀ ଶୁଭସ୍ମିତା ପ୍ରଧାନ ଓ ଗ୍ରନ୍ଥାଗାରର କର୍ମଚାରୀମାନେ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ଅପରାହ୍ନରେ ଶିବାନନ୍ଦ ସେଣ୍ଟନାରୀ ବାଳକ ସ୍କୁଲ, ଖଣ୍ଡଗିରି, ଭୁବନେଶ୍ବର ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଲକ୍ଷ୍ମୀସାଗର, ଭୁବନେଶ୍ବରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି ବକ୍ତୃତା ପ୍ରତିଯୋଗିତାରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏବଂ ଅସିତ୍ ମହାନ୍ତି ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ l
ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ବକ୍ତୃତା ପ୍ରତିଯୋଗିତା ଗ୍ରନ୍ଥାଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଗ୍ରନ୍ଥାଧ୍ୟକ୍ଷ ପଦ୍ମନାଭ ଜେନା, ବିଦ୍ୟାଧର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.