Below header

ସ୍ୱାମୀ ସହିତ ହନିମୁନ ପାଇଁ ବାହାରିଥିବା ଯୁବତୀ ଅଧା ବାଟରେ ଟ୍ରେନରୁ ହୋଇଥିଲେ ଗାଏବ, ଗୁରୁଗ୍ରାମରେ ସପିଂ ବେଳେ ଧରିଲା ପୋଲିସ

ହନିମୁନ ପାଇଁ ଯାଉଥିବା ଯୁବତୀ ଟ୍ରେନରୁ ଅଧାବାଟରେ ଗାଏବ ହୋଇଯାଇଥିଲେ । ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ଗୁରୁଗ୍ରାମ ସପିଂ କରୁଥିବା ବେଳେ ଧରିଲା ପୋଲିସ । ତେବେ କେଉଁଆଡେ ଯୁବତୀ ଯାଇଥିଲେ, ତାହା ପଚରାଉଚରା ପରେ ଜଣାପଡିବ ।

ମୁଜାଫରପୁରରୁ ଦାର୍ଜିଲିଂ ଯାଉଥିବା ଗାଏବ ନବବିବାହିତାଙ୍କ ପତ୍ତା ମିଳିଛି । ସେ ଗୁରୁଗ୍ରାମରେ ସପିଂ କରୁଥିବା ବେଳେ ଧରାପଡିଛନ୍ତି । ଗାଏବ ହେବାର ଚାରିଦିନ ପରେ ହରିୟାଣା ପୋଲିସ ତାଙ୍କ ସନ୍ଧାନ ପାଇଛି । ଏବେ ମହିଳାଙ୍କୁ ପୋଲିସ ଅଟକ ରଖିଛି । ପୋଲି ସନ୍ଧାନ ପାଇବା ପରେ ଯୁବତୀଙ୍କ ସ୍ୱାମୀଙ୍କୁ ଖବର ଦେଇଛି ।

ଖବର ମୁତାବକ, ୩୦ ଜୁଲାଇରେ ଦମ୍ପତି ମୁଜାଫରପୁରରୁ ଦାର୍ଜିଲିଂ ହନିମୁନ ପାଇଁ ଯାଉଥିଲେ । ମୁଜାଫରପୁରରୁ ନ୍ୟୁଜଲପାଇଗୁଡିର ଆନନ୍ଦ ବିହାର ସୁପରଫାଷ୍ଟ ଏକ୍ସପ୍ରେସରେ ଏସି କୋଚରେ ଯାଉଥିଲେ ଦମ୍ପତି । କିଶନଗଂଜରେ ମହିଳା କାଜଲ ବାଥରୁମ ବାହାନରେ ହଠାତ୍‌ ଟ୍ରେନରୁ ଗାଏବ ହୋଇଯାଇଥିଲେ । ଟ୍ରେନରେ ବହୁତ ଖୋଜାଖୋଜି କରିବା ପରେ ସ୍ୱାମୀ ଥାନାରେ ଏତଲା କରିଥିଲେ ।

ତେବେ କାଜଲଙ୍କୁ ହରିୟାଣା ପୋଲିସ ଗୁରୁଗ୍ରାମରେ ସପିଂ କରୁଥିବାର ଦେଖିବାକୁ ପାଇଥିଲା । ଏହାପରେ ତାଙ୍କୁ ଗିରଫ କରି ସ୍ୱାମୀ ପ୍ରିନ୍ସ କୁମାରଙ୍କୁ ଜଣାଇଥିଲା ପୋଲିସ । ସେପଟେ ସ୍ୱାମୀ ପ୍ରିନ୍ସଙ୍କ ଉପରେ ଲଗାତାର ପୋଲିସ ନଜର ରଖିଛି । ତେବେ ପତ୍ନୀ ଜଣକ କାହିଁକି ଟ୍ରେନରୁ ଗାଏବ ହୋଇଯାଇଥିଲେ ତାହା ପୋଲିସ ପଚରାଉଚରା କରିବା ପରେ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.