୨୦୨୪ ପାଇଁ ରାଜ୍ୟ ବିଜେପି ନେତାଙ୍କୁ ଅମିତ ଶାହଙ୍କ ଗୁରୁମନ୍ତ୍ର, ଚାଲିଛି ରୁଦ୍ଧ ଦ୍ୱାର ବୈଠକ

ପ୍ରଥମେ ପଦାଧିକାରୀଙ୍କ ବୈଠକରେ ଯୋଗ ଦେଇଛନ୍ତି ଅମିତ ଶାହ । ପରେ ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ସିଧାସଳଖ ଆଲୋଚନା କରିବେ । ଶେଷରେ ବିଜେପିର ନୂଆ କୋର୍‌ କମିଟି ସହ ୨୦୨୪ ରଣନୀତି ନେଇ ଆଲୋଚନା କରିବେ ଅମିତ ଶାହ ।

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ବିଜେପି ନେତାଙ୍କୁ ୨୦୨୪ ପାଇଁ ଅମିତ ଶାହଙ୍କ ଗୁରୁମନ୍ତ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରୁଦ୍ଧ ଦ୍ୱାର ବୈଠକ ବସିଛି । ଏଠାରେ ଅମିତ ଶାହ ରହିବେ ପ୍ରାୟ ତିନି ଘଣ୍ଟା । ତିନିଟି ପର୍ଯ୍ୟାୟରେ ବୈଠକ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ପଦାଧିକାରୀଙ୍କ ବୈଠକରେ ଯୋଗ ଦେଇଛନ୍ତି ଅମିତ ଶାହ । ପରେ ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ସିଧାସଳଖ ଆଲୋଚନା କରିବେ । ଶେଷରେ ବିଜେପିର ନୂଆ କୋର୍‌ କମିଟି ସହ ୨୦୨୪ ରଣନୀତି ନେଇ ଆଲୋଚନା କରିବେ ଅମିତ ଶାହ । ତିନିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ।

 ସେହିପରି ବର୍ଷେ ତଳେ ଦେଇଥିବା ଟାସ୍କର ମଧ୍ୟ ଫିଡବ୍ୟାକ୍‌ ନେବେ ବୋଲି ସୂଚନା ମିଳିଛି । ଦିଲ୍ଲୀ ବାହୁଡ଼ିବା ପୂୂର୍ବରୁ ବିମାନବନ୍ଦର ଲାଉଞ୍ଜରେ ବରିଷ୍ଠ କର୍ମକର୍ତ୍ତାଙ୍କ ସହ ବୈଠକ କାର୍ଯ୍ୟକ୍ରମ ରହିଛି । ରାଜ୍ୟର ଶୀର୍ଷ ନେତାଙ୍କ ସହ ଆଲୋଚନା କରିବେ ଅମିତ ଶାହ । ୨୦୨୪ ନିର୍ବାଚନ ପୂର୍ବରୁ ଶାହଙ୍କ ଏହି ଗସ୍ତ ଓଡ଼ିଶା ବିଜେପି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.