କିଣନ୍ତୁ 160ccର ପାଓ୍ଵାରଫୁଲ ଇଞ୍ଜିନର ବେଷ୍ଟ ବାଇକ, ରହିଛି ଭଲ ମାଇଲେଜ

ଆପଣମାନେ ବାଇକ କିଣିବାକୁ ଚାହୁଁଥିଲେ ଏହି ବାଇକ ଗୁଡ଼ିକ ଆପଣଙ୍କ ପାଇଁ ଅନେକ ସୁବିଧା ଦେବ । ଭଲ ମାଇଲେଜ ଥିବାରୁ ଆପଣ ଏହାକୁ ଦୀର୍ଘଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଯାହା କଣିବା ପରେ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ ।

ଭାରତୀୟ ବଜାରରେ ବାଇକର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ବାଇକ ପ୍ରେମୀମାନେ ବାଇକ କିଣିବା ପୂର୍ବରୁ ସବୁଠାରୁ ଭଲ ମଡେଲ କିଣିବା ପାଇଁ ଚିନ୍ତା କରିଥାନ୍ତି । ଯଦି ଆପଣମାନେ ମଧ୍ୟ ନିଜ ପାଇଁ ନୂଆ ବାଇକ କିଣିବାକୁ ପ୍ଲାନ କରୁଛନ୍ତି, ତାହା ପୁଣି 160ccର ପାଓ୍ଵାରଫୁଲ ଇଞ୍ଜିନ ସହିତ, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଦମଦାର ବାଇକ ଲିଷ୍ଟ ବିଷୟରେ ଜଣାଇବୁ । ଯାହା କଣିବା ପରେ ଆପଣଙ୍କୁ ଲାଭ ହିଁ ଲାଭ ମିଳିବ । ତେବେ ଏହି ବାଇକ ଗୁଡ଼ିକରେ କ’ଣ ବିଶେଷତା ରହିଛି ଏବଂ ଏହି ବାଇକ କିଣିଲେ ଆପଣଙ୍କୁ କଣ ଲାଭ ମିଳିବ ଆସନ୍ତୁ ଜାଣିବା ।

TVS Apache RTR 160 ବାଇକ ଏକ ଭଲ ମଡେଲ । ଏହି ବାଇକ ଆଗରେ ଟେଲିସ୍କୋପିକ ଫର୍କ୍ସ ଏବଂ ରିୟରରେ ମୋନୋଶକ ସସପେନ୍ସନ ଦିଆଯାଇଛି । ଏଥିରେ ବ୍ରେକିଂ ଫିଚର ଭାବରେ ଫ୍ରଣ୍ଟରେ ୨୭୦ କିଲୋମିଟରର ପେଟଲ୍ ଡିସ୍କ ବ୍ରେକ୍ ଦିଆଯାଇଛି । ସେହିପରି ରିୟରରେ ୨୦୦ କିଲୋମିଟରର ପିଟର ଡିସ୍କ ବ୍ରେକ୍ କିମ୍ବା ୧୩୦ ମିଲିମିଟରର ଡ୍ରମ୍ ବ୍ରେକ୍ ସିଲେକ୍ଟ କରିବା ପାଇଁ ଅପ୍ସନ ଦିଆଯାଇଛି । ଏହି ବାଇକରେ 159.7 ସିସି ର ଇଞ୍ଜିନ ରହିଛି । ଯାହା ଲିଟର ପିଛା ୪୫ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଇଥାଏ । ଏହି ବାଇକର ଏକ୍ସ-ଶୋ’ରୁମ ମୂଲ୍ୟ ୧.୯ ଲକ୍ଷ ରହିଛି ।

ହିରୋ କମ୍ପାନୀ ସବୁଠାରୁ ଅଧିକ ବାଇକ ସେଲ କରୁଥିବା କମ୍ପାନୀ ଭାବେ ବେଶ ଜଣାଶୁଣା । ତେବେ ହିରୋ Xtreme 160R ବାଇକରେ 163cc ଏୟାର କୁଲ୍ SOHC ଇଞ୍ଜିନ ରହିଛି । ଯାହା ୮,୫୦୦ rpmରେ ୧୫bhpର ପିକ ପାଓ୍ଵାର ଏବଂ ୬,୫୦୦rpm ରେ ୧୪Nmର ପିକ ଟର୍କ ଜେନେରେଟ କରିଥାଏ । ଏହି ବାଇକ ଲିଟର ପିଛା ୪୯ କିଲୋମିଟର ମାଇଲେଜ ଦେଇଥାଏ । ଏହି ବାଇକର ଏକ୍ସ-ଶୋ’ରୁମ ମୂଲ୍ୟ ୧.୧୮ ଲକ୍ଷ  ରହିଛି ।

ବଜାଜ ପଲସର 150ର ଇଞ୍ଜିନ ସର୍ବାଧିକ 14 PSର ପାଓ୍ଵାର ଏବଂ 13.25 Nmର ସର୍ବାଧିକ ଟର୍କ ଜେନେରେଟ କରିଥାଏ । ଏହି ବାଇକର ଫ୍ରଣ୍ଟରେ ୧୭-ଇଞ୍ଚର ହ୍ଵିଲ ରହିଛି । ଏହି ବାଇକ ଲିଟର ପିଛା ୪୭ କିଲୋମିଟର ପର୍ଯ୍ୟନ୍ତ ମାଇଲେଜ ଦେଇଥାଏ । ଏହି ବାଇକର ଏକ୍ସ-ଶୋ’ରୁମ ମୂଲ୍ୟ ୧.୧୭ ଲକ୍ଷ ରହିଛି ।

Yamaha FZ FI 149cc ବାଇକରେ ସେଫଟି ଫିଚର୍ସ ବିଷୟରେ କହିବାକୁ ଗଲେ ବ୍ରେକିଂ ସିଷ୍ଟମରେ କମ୍ପାନୀ ଫ୍ରଣ୍ଟ ହ୍ଵିଲରେ ୨୮୨ ଏମଏମର ଡିସ୍କ ବ୍ରେକ ଦେଇଛି ଏବଂ ରିୟର ହ୍ଵିଲରେ ୨୨୦ ଏମଏମର ଡିସ୍କ ବ୍ରେକ ଦେଇଛି । ଏହି ମୋଟରସାଇକେଲର ମୂଲ୍ୟ ୧.୧୬ ଲକ୍ଷ ଟଙ୍କା ରହିଛି ।

ଆପଣମାନେ ବାଇକ କିଣିବାକୁ ଚାହୁଁଥିଲେ ଏହି ବାଇକ ଗୁଡ଼ିକ ଆପଣଙ୍କ ପାଇଁ ଅନେକ ସୁବିଧା ଦେବ । ଭଲ ମାଇଲେଜ ଥିବାରୁ ଆପଣ ଏହାକୁ ଦୀର୍ଘଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.