କେନ୍ଦ୍ର ସରକାର ଆଣୁଛନ୍ତି ବଢ଼ିଆ ଟେକିନକ୍, ଏବେ ବିନା ଡାଟା କନେକସନରେ ଦେଖିପାରିବେ ଲାଇଭ୍ ଟିଭି

ଲାଇଭ୍ ଟିଭି ଚ୍ୟାନେଲକୁ ସିଧାସଳଖ ମୋବାଇଲ ଫୋନକୁ ଆଣିବା ପାଇଁ ଏକ ନୂଆ ତରିକା ଆଣୁଛନ୍ତି ସରକାର ।

ଲାଇଭ୍ ଟିଭି ଚ୍ୟାନେଲକୁ ସିଧାସଳଖ ମୋବାଇଲ ଫୋନକୁ ଆଣିବା ପାଇଁ ଏକ ନୂଆ ତରିକା ଆଣୁଛନ୍ତି ସରକାର । ହଁ ଆଜ୍ଞା ଏବେ ବିନା ଇଣ୍ଟରନେଟ ବା ଡାଟା ସଂଯୋଗରେ ଆପଣମାନେ ଲାଇଭ୍ ଟିଭି ଦେଖି ପାରିବେ । ଯେଉଁ ଟିଭି ଚାନେଲଗୁଡ଼ିକର ଡାଇରେକ୍ଟ-ଟୁ-ହୋମ ବା DTH ସଂଯୋଗ ନଥିବ ସେ କ୍ଷେତ୍ରରେ ମଧ୍ୟ ୟୁଜର୍ସଙ୍କ ମୋବାଇଲ ଫୋନରେ ଲାଇଭ୍ କରିବା ସମ୍ଭବପର ହୋଇ ପାରିବ । ଏନେଇ ସରକାର ଯୋଜନା କରୁଛନ୍ତି ।

D2M ବା ଡାଇରେକ୍ଟ-ଟୁ-ମୋବାଇଲ ନାମରେ ଜଣାଶୁଣା ଟୋକ୍ନାଲୋଜି ମୋବାଇଲ ଫୋନ ୟୁଜର୍ସଙ୍କୁ ସେମାନଙ୍କର ଡିଭାଇସରେ ଟିଭି ଦେଖିବାର ଅନୁମତି ପ୍ରଦାନ କରିବ । କେବୁଲ ବା ଡିଟିଏଚ କନେକ୍ସନ ମାଧ୍ୟମରେ ୟୁଜର୍ସ ଏହି ସୁବିଧା ପାଇପାରିବେ । ସରକାରୀ ସୂତ୍ରରୁ ଏହା ଜଣାପଡ଼ିଥିବା ଅଗଷ୍ଟ ମାସ ୫ ତାରିଖର ଇକୋନୋମିକ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ।

ସୂଚନା ମୁତାବକ ଗଣଯୋଯୋଗ ବିଭାଗ (ଡିଓଟି), ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (ଏମଆଇବି) ଓ ଆଇଆଇଟି-କାନପୁର ଏ ଦିଗରେ କାର୍ଯ୍ୟ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଯେହେତୁ ଏହା ସେମାନଙ୍କର ଡାଟା ରେଭିନ୍ୟୁକୁ କ୍ଷତି ପହଞ୍ଚାଇବ ତେଣୁ ଟେଲିକମ ଅପରେଟରମାନେ ଏହି ପ୍ରସ୍ତାବକୁ ବିରୋଧ କରିବାର ସମ୍ଭାବନା ରହିଛି । ବିଶେଷକରି ସେମାନଙ୍କର ରେଭିନ୍ୟୁ ଭିଡିଓ ବ୍ୟବହାର ଦ୍ୱାରା ଆସିଥାଏ ଓ ଏହା ସେମାନଙ୍କର ୫ଜି ବିଜିନେସକୁ ନଷ୍ଟ କରିଦେବ ବୋଲି ରିପୋର୍ଟରେ କୁହାଯାଇଛି ।

‘ଏ ଦିଗରେ ଯାହା ସମ୍ଭବ ତାହା ଆମେ ସନ୍ଧାନ କରୁଛୁ ଓ ସମସ୍ତ ହିତାଧିକାରୀ ଓ ଟେଲିକମ୍ ୟୁଜର୍ସଙ୍କ ସହିତ ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।’ ଜଣେ ସରକାରୀ ଅଧିକାରୀ ନାମ ନନେଇ ଏ ବାବଦରେ ଇଟିକୁ ସୂଚନା ଦେଇଛନ୍ତି ।

ଡିଓଟି, ଏମଆଇବି, ଆଇଆଇଟି-କାନପୁରର ଅଧିକାରୀ ତଥା ଟେଲିକମ ଓ ପ୍ରସାରଣ ଇଣ୍ଡଷ୍ଟ୍ରିର ପ୍ରତିନିଧିମାନେ ଆସନ୍ତା ସପ୍ତାହରେ ହେବାକୁ ଥିବା ବୈଠକରେ ଅଂଶଗ୍ରହଣ କରିବାର ସମ୍ଭାବନା ଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । କଣ୍ଟେଣ୍ଟ ଡେଲିଭରି ବ୍ରଡକାଷ୍ଟ ଓ ବ୍ରଡବ୍ୟାଣ୍ଡ ମାଧ୍ୟମରେ କରାଯିବା ଉଚିତ ବୋଲି ୫ଜିର ଲଞ୍ଚକୁ ନେଇ ସରକାରୀ ଅଧିକାରୀମାନେ ବିଶ୍ୱାସ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.