Below header

କରୋନା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି, ମାର୍ଚ୍ଚ ୨୨ଠାରୁ ଦେଶରେ ଅବତରଣ କରିବ ନାହିଁ କୌଣସି ବିଦେଶୀ ବିମାନ

କରୋନା ଭାଇରସ କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା ବଢି ୪ ରେ ପହଞ୍ଚିଛି । ତାସହିତ ସଂକ୍ରମଣ ସଂଖ୍ୟା ମଧ୍ୟ ୧୭୭ ଛୁଇଁଲାଣି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ସମୟରେ ଦେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି । ତେବେ ସମ୍ବୋଧନ କରିବା ପୂର୍ବରୁ ହିଁ ସରକାର କରୋନା ଭାଇରସକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ମାର୍ଚ୍ଚ ୨୨ରେ ବିଦେଶରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉଡାଣକୁ ଦେଶରେ ଲ୍ୟାଣ୍ଡିଙ୍ଗ ଉପରେ ଏକ ସପ୍ତାହ ପର୍ଯ୍ୟନ୍ତ ରୋକ ଲଗାଇ ଦିଆଯାଇଛି ।

Image result for flights landing

ସରକାରୀ କର୍ମୀ, ମେଡିକାଲ ପ୍ରଫେସନାଲ ଏବଂ ଜନପ୍ରତିନିଧିଙ୍କ ବ୍ୟତୀତ ୬୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶନାମା ଜାରି କରିବା ପାଇଁ ମୋଦି ସରକାରଙ୍କ ତରଫରୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାବ୍ୟତୀତ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବା ପାଇଁ କୁହାଯାଇଛି । କେବଳ ସେତିକି ନୁହେଁ ରେଲୱେ ଏବଂ ବିମାନ କମ୍ପାନୀ ଗୁଡିକୁ ବିଦ୍ୟାର୍ଥୀ, ରୋଗୀ ଓ ଦିବ୍ୟାଙ୍ଗଙ୍କୁ ଛାଡି ବାକି ସମସ୍ତ ନାଗରିକଙ୍କ ପାଇଁ ଟିକେଟରେ ରିହାତିକୁ ବନ୍ଦ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.